ପୁରୀ ଜି ଏମ ଲ କଲେଜ ବାର୍ଷିକଉତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି
ଗତକାଲି ସନ୍ଧ୍ୟାରେ ପୁରୀ ପେଣ୍ଠକଟା ସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଗତକାଲି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଉଚ୍ଚ ନ୍ୟାୟାଳୟ ର ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ, ସମ୍ମାନିତ ଅତିଥିଭାବେ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ନାୟକ, ପୂର୍ବତନ ସଭାପତି ମହେଶ୍ୱର ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ସାରା ରାଜ୍ୟରେ ପୁରୀର ଏହି ଆଇନ ମହାବିଦ୍ୟାଳୟ ଟି ଶ୍ରେଷ୍ଠ ଆଇନ ମହାବିଦ୍ୟାଳୟ ଭାବେ ବିବେଚିତ ହୋଇଛି ବୋଲି ଅତିଥିମାନେ ନିଜନିଜର ଅଭିଭାଷଣ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ପରେପରେ ମହାବିଦ୍ୟାଳୟ ର ପତ୍ରିକା ଶ୍ରଦ୍ଧାଞ୍ଜଳି ଉନ୍ମୋଚନ କରାଯିବା ସହିତ ସୁରେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି ଏବଂ ଗଙ୍ଗାଧର ମହାପାତ୍ରଙ୍କ ପରିବାର ସଦସ୍ୟ ମାନଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିବା ବେଳେ ପୁରୀ ସହରର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା l ସର୍ବଶେଷରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କିନ୍ତୁ ଦୁଃଖର ବିଷୟ ଯୋଗଦେଇପାରିନଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଭିଡିଓ ବାର୍ତ୍ତା ପଠାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
