ଆଜିର ଖବର..
୧-ଉତ୍କଳ ଦିବସରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
୨-ମୋହନଙ୍କୁ ମୋଦୀଙ୍କ ଶୁଭେଚ୍ଛା ପତ୍ର, ‘ଲୋକମାନଙ୍କର ସ୍ବପ୍ନ ପୂରଣରେ କୌଣସି ସୁଯୋଗ ଛାଡ଼ ନାହିଁ’।
୩-ଭୁବନେଶ୍ୱର:ଡିଜିଟାଲ ସ୍ବ-ଜନଗଣନାରେ ସାମିଲ ହେଲେ ରାଜ୍ୟପାଳ,୧୬ରୁ ଘରକୁ ଘର ବୁଲିବେ ଜନଗଣନାକାରୀ।
୪-ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର ; ୩୦ ଜିଲ୍ଲା ପାଇଁ ନେତାଙ୍କୁ ମିଳିଲା ଦାୟିତ୍ବ।
୫-ଓଡ଼ିଶା ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ; ବିପକ୍ଷଙ୍କ ହଙ୍ଗାମାରେ ଚାଲିପାରିଲାନି ଗୃହ, ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ସରିଲା ଅଧିବେଶନ।
୬-ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ।ବାୟୁ ପ୍ରଦୂଷଣ ମଧ୍ୟ କମିବ, ମକା ଚାଷୀ, ଆଖୁ ଚାଷୀ ବେଶ୍ ଲାଭବାନ୍ ହେବେ ।
୭-ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର।
୮-ଉତ୍କଳମଣିଙ୍କ ଜନ୍ମପୀଠରେ ଓଡ଼ିଶା ଦିବସ ପାଳିତ: ବିକାଶ ପାଇଁ ୫୮୫ କୋଟିର ପ୍ରକଳ୍ପ ଘୋଷଣା।
୯-ଖୋଲୁଛି OPHWC ଡିଏମ୍ ବିଦ୍ୟୁତ ଭୋଳଙ୍କ କଳାଚିଠା, ମିଳିଲାଣି ୨୯ ପ୍ଲଟ ସାଙ୍ଗକୁ ୪୮ ଲକ୍ଷ ନଗଦ।ଦରମା ୫୫ ହଜାର , ସଂପତ୍ତି ୨ କୋଟି।
୧୦-ମାଣିଆବନ୍ଧ:ଆୟଠୁ ୧୨୮% ଅଧିକ ସମ୍ପତ୍ତି, ବଡ଼ମ୍ବା ପଞ୍ଚାୟତ ସମିତି ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟପ୍ରକାଶ ଭଟ୍ଟରାୟ ଗିରଫ।
୧୧-କୋରାପୁଟରେ କାଳବୈଶାଖୀର ତାଣ୍ଡବ, ହାଟ ମଝିରେ ଭାଙ୍ଗି ପଡ଼ିଲା ବିରାଟ ଆମ୍ବଗଛ,ବ୍ୟବସାୟୀ ଗୁରୁତର।
୧୨-ବାରଙ୍ଗ:ସକାଳ ସାଢ଼େ ୭ରୁ ଖୋଲିଲା ନନ୍ଦନକାନନ; ବୁଲିଲେ ୧୧,୫୨୮ ପର୍ଯ୍ୟଟକ
୧୩-ପାରାଦୀପ ବନ୍ଦରର ଐତିହାସିକ ରେକର୍ଡ, ୧୫୫+ ଏମ୍ଏମଟି କ୍ଲବରେ ହେଲା ସାମିଲ।
୧୪-IPL:ରିଜଭି,ଷ୍ଟବସଙ୍କ ଲଢୁଆ ବ୍ୟାଟିଂ, ଦିଲ୍ଲୀ ବିଜୟୀ।ଆଜି କୋଲକାତାରେ KKR Vs SRH
୧୫-ବିଜ୍ଞାନ ଭବନଠାରେ ତୃତୀୟରୁ ଅଷ୍ଟମ ଶ୍ରେଣୀ, CBSEର କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ।
୧୬-ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ, କହିଲେ ମୋ କଥାରୁ ଭୁଲ ଅର୍ଥ ବାହାର କରାଯାଇଥିଲା।
୧୭-ଚଣ୍ଡୀଗଡ଼ରେ BJP ଅଫିସ୍ ବାହାରେ ବିସ୍ଫୋରଣ; ପୋଲିସ୍ ଘେରାଉ, ତଦନ୍ତ ଜୋରଦାର।
୧୮-୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ଯିବ ମନୁଷ୍ୟ; ନାସାର ଆର୍ଟେମିସ୍ ଦ୍ବିତୀୟ ମିଶନ ପ୍ରସ୍ତୁତ।
୧୯-ଇରାନ ଯୁଦ୍ଧ ପରେ ନାଟୋରୁ ଓହରିପାରେ ଆମେରିକା, ଟ୍ରମ୍ପ କହିଲେ- ରୁଷ ଜାଣିଛି ଏ ସଂଗଠନର ଶକ୍ତି କେତେ।
୨୦-କୋମାରେ ମୋଜତାବା, ରାଷ୍ଟ୍ରପତି ପେଜେସକିଆନଙ୍କୁ ଉପେକ୍ଷା,ଏବେ ସେନା ହାତରେ ଇରାନ ଶାସନ।
