May 10, 2026
IMG-20250302-WA0009
Share

 

 

କୋଲନରା : (ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା ଆପ୍ ରାୟଗଡ଼ା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟିର ମହାସମାବେଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟା ଯଥା.. ୬୦ ଵର୍ଷ ରୁ ଉର୍ଦ୍ଧ ବୟସ୍କ , ଭିନ୍ନକ୍ଷମ, ବିଧବା ମା ଓ ଭଉଣୀ , ନିରାଶୟ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା ଦେବା ଏଵଂ ଓଡ଼ିଶାର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ ଏଵଂ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସ୍ଥାନିୟ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦେବା, ଜିଲ୍ଲାର ଗରିବ , ଭୂମିହୀନ ଵସ୍ତି‌ ବାସିନ୍ଦାଙ୍କୁ ଘର ପଟ୍ଟା ସହ ପକ୍କା ଘର ଦେବା ଓ ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେଵୀ ମା ମଝିଘରିଆଣୀ ଙ୍କ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଵା ପାଇଁ ଏଵଂ ଅନ୍ୟାନ୍ୟ ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତି କୁ ଦାବୀପତ୍ର ପ୍ରଦାନ କରାଗଲା। ଏହି ସମାବେଶରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ଵଲାଙ୍ଗିରୀ ଜିଲା ସଭାପତି ଶ୍ରୀଯୁକ୍ତ ଆଶିଷ ପାଣ୍ଡେ,, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁବାଷ ରାଉତ,କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପରିଡ଼ା, ଜିଲ୍ଲା ଉପସଭାପତି ଜିତେନ୍ଦ୍ର ସେନାପତି, ବ୍ଲକ୍ ଯୁବ ସଭାପତି ସୁନ୍ଦର କାଡ୍ରାକା,ବିଜୁ ଖିଲକା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଟି. ସାଙ୍ଗ ନା ଙ୍କ ଅନ୍ୟ ମାନେ ଉପସ୍ଥିତ ଥିଲେ।