ଛେଳିଗଡ ଜଳପ୍ରକଳ୍ପରୁ ବାଦ ପଡିଥିବା ବିସ୍ଥାପିତ ବ୍ୟବସାୟୀ ମାନଙ୍କ ଦାବିପତ୍ର ପ୍ରଦାନ

Share

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଳକର ଛେଳିଗଡ ନିକଟରେ ଆରମ୍ଭ ହେବାକୁ ଥିବା ବୃହତ ଜଳପ୍ରକଳ୍ପ ପାଇଁ ୫ ଗୋଟି ଗ୍ରାମ ଯଥା ତିଳିଗାଁ, କାକିଲି, ବିଦ୍ୟାଧରପୁରୁ, ସୁଗୁବା ଓ ଚଢେୟାପଦା ସଂପୂର୍ଣ୍ଣ ବୁଡି ଅଞ୍ଚଳ ଭାବେ ଯାଉଥିବା ବେଳେ, ୨୦ ରୁ ଉର୍ଦ୍ଧ୍ବ ଗ୍ରାମ ଆଶିଂକ ଭାବେ ପ୍ରଭାବିତ ହେବେ । ସଂପୂର୍ଣ୍ଣ ବୁଡି ଅଞ୍ଚଳ ଭାବେ ଯାଉଥିବା ଉପରୋକ୍ତ ୫ ଟି ଗ୍ରାମର ଅଧିବାସୀ ମାନେ ଛେଳିଗଡ ବଜାର ଉପରେ ନିର୍ଭର କରି ଚଳୁଥିବାବେଳେ, ଛେଳିଗଡର ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କୁ ନେଇ ନିଜର ଜୀବିକା ନିର୍ବାହ କରୁଥିଲେ । ହେଲେ, ବିସ୍ଥାପିତ ହେଉଥିବା ୫ ଗୋଟି ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ ନିମନ୍ତେ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ, ଛେଳିଗଡ ଗ୍ରାମର ବ୍ୟବସାୟୀ ମାନେ ଏବେ ନିଜର ଜୀବନ ଜୀବିକା ହରାଇବାକୁ ବସିଛନ୍ତି । ଗୋଟିଏ ପଟେ, ଛେଳିଗଡକୁ ଆଶିଂକ ବୁଡି ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ, ଅନ୍ୟପଟେ, ରୋଜଗାରର ପନ୍ଥାକୁ ମଧ୍ୟ ସେମାନେ ହରାଇବାକୁ ବସିଛନ୍ତି । ଆଉ, ଯାହାକୁ ନେଇ ବ୍ୟବସାୟୀ ମାନେ ନିଜର ପରିବାର ପ୍ରତିପୋଷଣ ପାଇଁ ଏବେ ଜଳପ୍ରକଳ୍ପ କାର୍ଯ୍ୟାଳୟର ଅଧିକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶତାଧିକ ବ୍ୟବସାୟୀ ମାନେ ଅଧିକ୍ଷଣ ଯନ୍ତ୍ରୀ ବିରେନ୍ଦ୍ର କୁମାର ଜଗତଙ୍କୁ ଭେଟି ସେମାନଙ୍କ ଜୀବନ ଜୀବିକା ସଂପର୍କରେ ଆଲୋଚନା କରିବା ସହ, ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ, ରା,ଉଦୟଗିରି ବିଡିଓ ଏବଂ ତହସିଲଦାର ଙ୍କୁ ମଧ୍ୟ ନିଜର ଦାବିପତ୍ର ପ୍ରଦାନ କହିଛନ୍ତି ଗ୍ରାମବାସୀ।
ମିହିର ପ୍ରସାଦ ମାଳୀଙ୍କ ରିପୋର୍ଟ