April 30, 2026
WhatsApp Image 2024-03-02 at 11.44.08 AM
Share

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ପୋଲିସ ପ୍ରଶାସନ ପକ୍ଷରୁ ଜନ ସମ୍ପର୍କ ଶିବିର ଆୟୋଜନ ହୋଇ ଯାଇଛି।ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ସ୍ଥିତ ଅର୍ଜୁନ ପାଣି ଗ୍ରାମଠାରେ ଏହି ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ପୋଲିସ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟରଞ୍ଜନ ପତି, ପୋଲିସ ଆର୍ ଆଇ ଅଜୟ କୁମାର ଇକା, ପୋଲିସ ସୁବେଦାର ଆଶିଷ ପଟେଲ ଓ ଉମରକୋଟ ପୋଲିସ ଏସ୍ ଆଇ ଅକ୍ଷୟ ମିଶ୍ର ଯୋଗଦେଇ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଅଧିକ ରୁ ଅଧିକ ସୁଦୃଢ଼ କରିବାକୁ ଆହ୍ଵାନ ଦେଇଥିଲେ।ପୋଲିସ ପ୍ରଶାସନ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସବୁବେଳେ ତତ୍ପର ତେଣୁ ଆପଣମାନେ ଆଇନ ହାତକୁ ନେବା ଭଳି କୌଣସି ଛୋଟ କିମ୍ବା ବଡ଼ ଅପରାଧ କରନ୍ତୁ ନାହିଁ ।ଆପଣ କୌଣସି ଅପରାଧ ର ଖବର ପାଇଲେ ପୋଲିସ ପ୍ରଶାସନ ସହ ଯୋଗା ଯୋଗ କରନ୍ତୁ।ଗ୍ରାମର ଯୁବକମାନଙ୍କୁ ନେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଥିଲା। ଏହି ଟୁର୍ଣ୍ଣାମେଣ୍ଟ ରେ ବିଜୟ ହାସଲ କରିଥିବା ଦଳକୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଜନସମ୍ପର୍କ ଶିବିର ରେ ପଦମଝରୀ, ଅର୍ଜୁନ ପାଣି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ। ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ସେମାନଙ୍କୁ ଖାତା, ବହି, ପେନ, ପେନସିଲ, କମ୍ପାସ , ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ବୃଦ୍ଧ ବୃଦ୍ଧା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମେଡିସିନ ଦିଆଯାଇଥିଲା। ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ,ଲାଇଟି , ଲୁଙ୍ଗୀ , ଶାଢୀ , ସାଲ, ଟୋପି , ଛତା ଓ ଯୁବକ ମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅର୍ଜନ ପାଣି ବିଦ୍ୟାଳୟ ର ଶିକ୍ଷକ ମଞ୍ଚପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଖପାଖ ଅଂଚଳର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ।