April 27, 2026

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

IMG-20260102-WA0043
Share

 

 

ଛତ୍ରପୁର ତା୨/୧/୨୬(ଅରୁଣ କୁମାର ପଣ୍ଡା) ଛତ୍ରପୁର ତାଡ଼ାପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭିକାରିପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବଗଡ଼ପଲ୍ଲୀ ଗ୍ରାମର ଏଗାର ଜଣ ଗରିବ ବୃଦ୍ଧ ଓ ବୃଦ୍ଧା ମହିଳାଙ୍କୁ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ସାଗରୀକା ପଣ୍ଡା, ପଙ୍କଜ ପାଣିଗ୍ରାହୀ, ମୁଖ୍ୟ ଅତିଥି ଭାବେ ରାଧେଶ୍ୟାମ ଚାରିଟେବଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର , ସମ୍ମାନିତ ଅତିଥି ସମାଜସେବୀ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ଗଣମାଧ୍ୟମ ପ୍ରତିନିଧି ପ୍ରଶାନ୍ତ ମହାରଣା, ସନ୍ତୋକୁମାର ଶତପଥୀ, ପୁଷ୍ପାଞ୍ଜଳି ସାହୁ, ଶୀତବସ୍ତ୍ର ବଣ୍ଟନ କରିଥିଲେ l ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ପଣ୍ଡା ପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ ଭିକ୍ଷାକରି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ତଥା ଗରିବ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ନ ପ୍ରସାଦ ଭୋଜନ ବ୍ୟବସ୍ଥା କରାଯଇଥିଲା l