April 24, 2026

ଉଜ୍ଜ୍ୟାପିତ ହେଲା ଲୋକ କଳା ମୋହସ୍ତବ ଚଇତି ୨୦୨୫

IMG-20260102-WA0025
Share

 

ରାୟଗଡା (ରବିରାଜ ବୈଦ୍ୟଙ୍କ ରିପୋର୍ଟ )ପଞ୍ଚମ ତଥା ଅନ୍ତିମ ଦିନରେ ଜିଲ୍ଲା ପାଳ ତଥା ସଂସ୍କୃତି ପରିଷଦ ଅଧକ୍ଷ୍ୟ ଆଶୁତୋଷ କୁଲକର୍ଣ୍ଣି ଙ୍କ ସଭାପତିତ୍ୱ ରେ ଏବର୍ଷ ର ଚଇତି ଶେଷ ହୋଇଥିଲା ଆଜିର ଶେଷ ରାଜନୀରେ ରାୟଗଡା ସେବା ସମାଜର ଅନ୍ତବାସୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରି ଚଇତି ର ବିଦାୟ ରଜନୀ କୁ ସନ୍ନମାନ ଜଣାଇଥିଲେ ପଞ୍ଚମ ସାନ୍ଧ୍ୟରେ ଜେଡ଼ି ଗ୍ରୁପ ଚନ୍ଦନ ଗ୍ରୁପ ଓ ବାରିଝୋଲାର ଆଦିବାସୀ ସଂକୃତି କ୍ଲବ ର ସମ୍ବଲପୁରୀ ଦେବୀପ୍ରସାଦ ଗ୍ରୁପର ଦାଣ୍ଡିଆ ଉଷା ଭାରତୀ ଗ୍ରୁପର ଝୁମୁରା ମହିଳା ମହାବିଦ୍ୟାଳୟ ରାୟଗଡାର ଆସାମ ବିହୁ ସୁନୀଲ ଗ୍ରୁପର ସାଇଲୋଡି ରାୟଗଡା NCC ଛାତ୍ରଙ୍କ ପଞ୍ଜାବୀ ଭାଙ୍ଗଡ଼ା ଘୁଙ୍ଗୁରୁ କଳାବିକାଶ ଗ୍ରୁପର ମାହିର ଗୀତ ପରିବାରର ନବଦୁର୍ଗା ବଲାଙ୍ଗୀର ଟିଟିଲାଗଡ଼ର ରାସକେଳି ନୃତ୍ୟ ସହିତ ଉଦଘାସିକା ଶୁଭଶ୍ରୀ ଗନ୍ତାୟତ ଙ୍କ ସହ ଝୁମି ଉଠିଥିଲେ ରାୟଗଡା ଅଂଚଳ ବାସି ସନ୍ନମାନ୍ୱିତ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ଆପଲା ସ୍ୱାମୀ କଦ୍ରାକା, ଗୁଣପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ DRDA ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡି ଅତିରକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ରାୟଗଡା SP S ସ୍ଵାତି S କୁମାର,, ପ୍ରମୁଖ ମଞ୍ଚାସିନ ଥିଲେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ଅତିଥିଙ୍କୁ ସନ୍ନମାନ୍ୱିତ କରିଥିଲେ ଏବଂ ସମସ୍ତ ଅତିଥିଙ୍କଦ୍ୱାରାଉତୀର୍ଣ୍ଣ କ୍ରୀଡ଼ାବିତ ମାନଙ୍କୁ ସନ୍ନମାନ୍ୱିତ କରାଯାଇଥିଲା ହେଲେ ସବୁଠାରୁ ଦୁଃଖ ଓ ପରୀତାପର ବିଷୟ ଆମ ଓଡ଼ିଆ ଅଫିସରହେଉକି କି ସାଂସଦ ବିଧାୟକ ଙ୍କୁ ଉତ୍କଳ ସଂଗୀତ ବୁଝୁ ନଥିବା ସ୍ୱଷ୍ଟ ବାରି ହୋଇପଡ଼ୁଥଲା କାରଣ ଯେତେବେଳେ ଉତ୍କଳ ସଂଗୀତ ଗାନ ହୁଏ ସେତେବେଳ ଆମେ ଓଡିଶା ବାସୀଙ୍କ ହିସାବରେ ଆପେ ଆପେ ଆମ ପାଟିରୁ ଉତ୍କଳ ସଂଗୀତ ବାହାରି ଆସେ କିନ୍ତୁ ମଞ୍ଚରେ ମଞ୍ଚାସିନ ସବୁ ଓଡ଼ିଆ ଅଫିସର ନିରବରେ ରହି ଉତ୍କଳ ସଂଗୀତ ଶୁଣୁ ଥିବା ବେଳେ ଜିଲ୍ଲାପାଳ ଜଣେ ଅଣ ଓଡ଼ିଆ ହୋଇମଧ୍ୟ୍ୟ ତାଙ୍କ ମୁଖରୁ ସ୍ୱଷ୍ଟ ବାରିହଇ ପଡୁଥିଲା ଯେ ସେ ଉତ୍କଳ ସଂଗୀତ କୁ ଗାନ କରୁଛନ୍ତି ଆଉ ଏମିତି ଆମ ନେତା ମନ୍ତୀ ଅଫିସର ଭାଷଣ ଦେଉଛନ୍ତି ରାୟଗଡା ଜିଲ୍ଲା କୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଅଣ୍ଟା ଭିଡୁଛନ୍ତି ଯେଉଁ ମାନଙ୍କୁ ଉତ୍କଳ ସଂଗୀତ ମଧ୍ୟ୍ୟ ଜଣା ନାହିଁ ଆଉ ଚଇତି କୁ ବିଶ୍ୱ ସ୍ଥର କୁ ନେବାକୁ ସ୍ୱପ୍ନ ଦେଖୁଛନ୍ତି , ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ସାମ୍ବାଦିକ ଙ୍କୁ ମଧ୍ୟ୍ୟ ଭୁଲି ଯାଉଛନ୍ତି ବିଭିନ୍ନ ବର୍ଗ ରେ ଭିନ୍ନ ଭିନ୍ନ ପ୍ରତିଭା କୁ ସନ୍ନମାନିତ କରି ପାରିଲେ କିନ୍ତୁ ଜଣେ ମଧ୍ୟ୍ୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଞ୍ଚରେ ସନ୍ନମାନ୍ୱିତ କରିବାକୁ ଭୁଲି ଗଲେ ଜିଲ୍ଲା ପ୍ରଶାସନ ପୌରାଣିକ ହିସାବରେ ନାରଦ ଙ୍କୁ ସାମ୍ବାଦିକ ରୂପରେ ଲୋକେ ଦେଖି ଆସୁଥିବା ବେଳେ ସର୍ବଚ ଆସନ ଦିଆଯାଉଥିଲା ହେଲେ ରାୟଗଡା ଜିଲ୍ଲା ଚଇତି ରେ ତାହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳୁଛି ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କେବେ ଆଖି ଖୋଲିବ ଜିଲ୍ଲା ପ୍ରଶାସନର