April 24, 2026

କୋଟପାଡ଼ ପାଇଁ ଗର୍ବ ଓ ଗୌରବ ଆଣିଲେ ଚାନ୍ଦିଲି ସ୍କୁଲ ର ଗୁପ୍ତ ହରିଜନ

IMG-20260102-WA0031
Share

 

 

 

 

କୋଟପାଡ଼ :ସଦ୍ୟ ସମାପ୍ତ ହୋଇଥିବା କେଉଁଝର ଠାରେ ଅନୁଷ୍ଠିତ ୫୨ତମ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକର ଚାନ୍ଦିଲି ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ଗୁପ୍ତ ହରିଜନ “ସବୁଜ ଶକ୍ତି “ବିଷୟ ଆଧାରିତ ସବଥିମ ରେ “ଇନ୍ଧନ ଶକ୍ତି ର ପୁନଃ ବିନିଯୋଗ ” ବିଷୟରେ ବୈଜ୍ଞାନିକ ପ୍ରକଳ୍ପ କୁ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସା ସାଉଁଟିବା ସହ ଆଗାମୀ ଜାନୁଆରୀ ୧୩ ରୁ ୧୬ ରେ କୋଲକାତା ର ଠାରେ ହେବାକୁ ଥିବା ଜୋନାଲ ସ୍ତରୀୟ ଇଷ୍ଟର୍ନ ଇଣ୍ଡିଆ ସାଇନ୍ସ ଫୈର -୨୦୨୬ ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ପ୍ରକାଶ ଥାଉକି ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ୨୦୨୫ ରେ ସାରା ରାଜ୍ୟ ରୁ ୨୧୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା l ସେଥିମଧ୍ୟରୁ ଉତ୍ତମ ୨୮ ଟି ପ୍ରକଳ୍ପ ଜୋନାଲ ସ୍ତରକୁ ଯୋଗ୍ୟବିବେଚିତ ହୋଇଛନ୍ତି l ଗୁପ୍ତ ଙ୍କ ଏହି ପ୍ରକଳ୍ପ ରେ ବିଦ୍ୟାଳୟର ମାର୍ଗ ଦର୍ଶିକ ଶ୍ରୀ ସନ୍ତୋଷ କୁମାର ଶତପଥୀ,ଗଣିତ ଶିକ୍ଷକ ଙ୍କ ଭୂମିକା ଏକ ନିଆରା l ତାଙ୍କ ମାର୍ଗଦର୍ଶନ ରେ ଏହା ପୂର୍ବରୁ ୬ ଜଣ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରି ଅନେକ ସଫଳତା ପାଇଛନ୍ତି l ଗୁପ୍ତଙ୍କ ଏ ଭଳି ସଫଳ ରେ ଅଞ୍ଚଳ ବାସୀ ତଥା ପ୍ରଧାନ ଶିକ୍ଷକ ଆର ଦିବାକର ରାଓ, ବାଲ୍ୟ ନାୟକ, ଆନନ୍ଦ ପ୍ରସାଦ ସାହୁ, ଦେବେନ୍ଦ୍ର ବୈଦ୍ୟ ତଥା ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅନେକ ବୁଦ୍ଧିଜୀବୀମାନେ ତଥା ଶିକ୍ଷlବିତ୍ ମାନେ ଆନନ୍ଦ ପ୍ରକାଶ କରିବା ସହ ଗୁପ୍ତଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର