April 27, 2026
ajiro khabar
Share

 

୧-ଭୁବନେଶ୍ୱର:ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ, ଅଢ଼େଇ ଲକ୍ଷ ପିଲା ପରୀକ୍ଷା ଦେବେ।

 

୨-ଭୁବନେଶ୍ୱର :ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୧୫ଟି ନିର୍ଦ୍ଦେଶନାମା । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କଲେ ନିର୍ଦ୍ଦେଶାବଳୀ।

 

୩-ଜାନୁଆରୀ ୬ ଯାଏଁ ରାଜ୍ୟରେ ଘନ କୁହୁଡ଼ି, ୩ ସକାଳ ଯାଏଁ ଜଗତସିଂହପୁରରେ ଅତ୍ୟଧିକ କୁହୁଡି ଚେତାବନୀ।

 

୪-ଏଣିକି ଅନଲାଇନରେ ଯୁକ୍ତ ଦୁଇ ସାର୍ଟିଫିକେଟ,ପ୍ରୋଭିଜିନାଲ,ମାଇଗ୍ରେସନ ଓ ନକଲି ସାର୍ଟିଫିକେଟ ମିଳିବ।

 

୫-ପୁରୀ: ଇଂରାଜୀ ନବବର୍ଷର ପ୍ରେମ, ପରମ୍ପରା ବିଗାଡି ଦେଲେ, ଅଧରାତିରେ ମହାପ୍ରଭୁଙ୍କୁ ଉଠାଇ ଦେଲେ।

 

୬-ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ: ଦେଓରଞ୍ଜନ ସିଂହ ଉନ୍ନୟନ କମିଶନର, ରାଜେଶ ପ୍ରଭାକର ପାଟିଲ ହେଲେ SRC

 

୭-ଓଡ଼ିଶାର କୃଷି କ୍ଷେତ୍ରରେ ରେକର୍ଡ ଧାନ ସଂଗ୍ରହ, ୨୩୫୦ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ।

 

୮-ଭୁବନେଶ୍ୱର:ନୂଆବର୍ଷ ମଉଜରେ ରେକର୍ଡ ଭାଙ୍ଗିଲା ମଦବିକ୍ରି, ରାଜଧାନୀବାସୀ ପିଇଦେଲେ ୩୨ କୋଟି ୫୫ ଲକ୍ଷ ଟଙ୍କାର ମଦ, ସାରା ରାଜ୍ୟରେ ୫୦ କୋଟି।

 

୯-ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର ଉଦଘାଟନ; ଜନଜାତି ଅଞ୍ଚଳରେ ପାଠପଢା ସହିତ ମିଳିବ ଦକ୍ଷତା ଶିକ୍ଷା।

 

୧୦-ଲାଞ୍ଚ ନେବା ମାମଲାରେ ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଗିରଫ।

 

୧୧-୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ; ରାଜସ୍ବ ଆୟ ୨୫ କୋଟି।

 

୧୨-ଜଷ୍ଟିସ ସଙ୍ଗମ କୁମାର ସାହୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ।

 

୧୩-ପିକିନିକରେ ଯୁବକକୁ ମଦ ବୋତଲ ଭୁସିଦେଲେ ଯୁବକ । ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ନିକଟସ୍ଥ ରାମେଶ୍ୱର ଜଙ୍ଗଲରେ ।

 

୧୪-ଧୋକା ଦେଲା ଗୁଗଲ ମ୍ୟାପ ! ଗାଁକୁ ମାଡ଼ିଗଲା ଟ୍ରକ, ଭାଙ୍ଗିଗଲା ଘର। ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଘଟଣା। କଟକରୁ ଧାମରା ବନ୍ଦର ଯାଉଥିଲା ଟ୍ରକ୍। ଡ୍ରାଇଭରଙ୍କୁ ରାସ୍ତା ଜଣା ନଥିବାରୁ ମାଡ଼ିଗଲା ।

 

୧୫-ନୂଆବର୍ଷରେ ନିକୋ ପାର୍କର ହେବ ନବକଳେବର, ୩ ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬ ଶହ କୋଟିରୁ ଅଧିକ ଟଙ୍କା।

 

୧୬-ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ; ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ।

 

୧୭-ଚଣ୍ଡୀଗଡ଼,’ଲାଡୋ ଲକ୍ଷ୍ମୀ’ ଯୋଜନା:ପରୀକ୍ଷାରେ ଭଲ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ମାଁଙ୍କୁ ପ୍ରତି ମାସରେ ମିଳିବ ପଇସା

 

୧୮-ଫେବୃଆରୀ ୧ରୁ ଦେଶରେ ମହଙ୍ଗା ହେବ ପାନ୍ ମସଲା, ସିଗାରେଟ୍ ଓ ତମାଖୁ; ଲାଗୁ ହେବ ୪୦ ପ୍ରତିଶତ GST।

 

୧୯-ନୂଆବର୍ଷରେ BSNLର ନୂଆ ଅଫର୍; ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍।

 

୨୦-ଗୁଆହାଟିରୁ କଲକାତା ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍।

 

୨୧-ନୂଆ ବର୍ଷ ଉତ୍ସବରେ ବିସ୍ଫୋରଣ,ସ୍ବିଜରଲାଣ୍ଡରେ ୪୦ ମୃତ,୧୧୫ ଆହତ।

 

🙏 *ସୁପ୍ରଭାତ* 🙏