April 24, 2026

ଉମରକୋଟ ନିକଟସ୍ଥ ବେହେଡା ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପାଳିତ……… 

IMG-20260102-WA0001
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ଏକ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ସଭାକାର୍ଯ୍ୟ ଉମରକୋଟ ନିକଟସ୍ଥ ବେହେଡା ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସ୍ଥାନୀୟ ଉମରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବରିଷ୍ଠ ଶିକ୍ଷକ ଗଣ ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ସମେତ ଶିକ୍ଷା ବିଭାଗ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ଶ୍ରୀ ପୁରୁଷୋତ୍ତମ ମାଝୀ ଏବଂ ଶ୍ରୀ ଦେବେନ୍ଦ୍ର କୁମାର ବାଘ ତଥା ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଅଶୋକ ମହାପାତ୍ର, ଶ୍ରୀ ଅମଳଚନ୍ଦ୍ର ହଳଦ୍ଦାର ଓ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ରେ ଶିକ୍ଷକତା କାର୍ଯ୍ୟ କରି ଆସୁଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ଦ୍ବୟ ଶ୍ରୀ ଯୁକ୍ତ ହରସିତ ମାଲାକାର ବେହେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଓବନ୍ଧ କାର୍ଯ୍ୟକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି। ଠିକ ସେହିପରି ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସର୍ବେଶ୍ୱର ମଲ୍ଲିକ ଜିରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାରାଗାଁ କାର୍ଯ୍ୟକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି। ଏହି ଶୁଭ ଅବସରରେ ବିଦାୟୀ ଶିକ୍ଷକ ଦ୍ବୟଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଏକ ସମ୍ବର୍ଦ୍ଧନା ସଭାର ଏକ ସମ୍ମିଳନୀ ବୈଠକ କରାଯାଇଥିଲା। ଏହା ଏପରି ଏକ ଦିନ ଥିଲା ଯେ, ୨୦୨୫ ବର୍ଷର ଶେଷ ଦିବସ ଏବଂ ୨୦୨୬ ନବାଗତ ନୂତନ ବର୍ଷର ଅପେକ୍ଷାରେ ସମସ୍ତେ ଆତ୍ମ ବିଭୋଳ ହୋଇ ଯାଇଥିଲେ ଓ ପରିବେଶ ମଧ୍ୟ ଚଳଚଞ୍ଚଳ ମୁଖରିତ ହୋଇଥିଲା। ଏହି ଭବ୍ୟ ସମାରୋହରେ ଉଭୟ ଶିକ୍ଷକଙ୍କୁ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରୁଥିବାରୁ ସମ୍ମାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ତାଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଉପଢ଼ୋକନ ଦେଇ ସମ୍ମାନୀତ କରିଥିଲେ। ଏଭଳି ମହାନ ବ୍ୟକ୍ତିତ୍ୱ କାର୍ଯ୍ୟ ସମ୍ପାଦନ କରି ଚାକିରୀ ଜୀବନ ଅତିବାହିତ କରି ବିଦାୟ ନେଉଥିବାରୁ ତାଙ୍କର ସ୍ମୃତି, କାର୍ଯ୍ୟ ଦକ୍ଷତା ମାନବିକତା ର ପରିଚୟ ପରବର୍ତୀ ଶିକ୍ଷକ ସମାଜ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏହି ଅବସର ବିଦାୟ କାଳୀନ ସଭାରେ ବିଦାୟୀ ଶିକ୍ଷକଙ୍କ ପ୍ରତି ଯେଉଁ ଭଲ ପାଇବା ଆନ୍ତରିକତା ତାହା ସହଜରେ ସମସ୍ତଙ୍କୁ ବିମୋହିତ କରିଥିଲା। ସମସ୍ତେ ଆଖି ଛଳ ଛଳରେ ଅନେକ ସମ୍ମାନ ଜଣାଇ ତାଙ୍କର ଭବିଷ୍ୟତ ନିରାମୟ ଜୀବନ କିପରି କଟିବ ସେଉପରେ ଭଗବାନ ଙ୍କ ନିକଟରେ ସମର୍ପଣ କରାଯାଇଥିଲା। ଏହି ସଭାକାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ଓ ଶ୍ରୀ ନରେଶ ପଟ୍ଟନାୟକ ପରିଚାଳନା କରୁଥିଲେ ତତ ସହିତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଗଣ ସହଯୋଗ ର ହାତ ବଢ଼ାଇଥିଲେ। ପରିଶେଷରେ, ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।