April 24, 2026

ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳା ର ବିଭିନ୍ନ ଦାବି ଜଣାଇଲେ ବିଧାୟକ

IMG-20260102-WA0036
Share

ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳା ର ବିଭିନ୍ନ ଦାବି ଜଣାଇଲେ ବିଧାୟକ। ପାରଳାଖେମୁଣ୍ଡି – ଆଜି ପୁରୀ ଠାରେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ତଥା ରାଜ୍ୟସଭା ସାଂସଦ C H ରମେଶ ଙ୍କ ଅଧକ୍ଷତା ରେ ଆୟୋଜିତ ହୋଇଥିଲା, ମାନ୍ୟବର ପାରଳା ବିଧାୟକ ରୁପେସ ପାଣିଗ୍ରାହୀ ବହୁ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ପ୍ରବଳ ଶୀତ ଓ କୁହୁଡି କୁ ଖାତିର ନକରି ସକାଳ 4 ଘଣ୍ଟା ସମୟରେ ପାରଳାଖେମୁଣ୍ଡି ରୁ ବାହାରି ପୁରୀ ରେ ପହଞ୍ଚି ,ଏହି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ଯୋଗଦେଇଥିଲେ, ପାରଳା ର ମୁଖ୍ୟତ ଶାନ୍ତିନଗର ,ଖିଙ୍ଗା ଗ୍ରାମ କୁ ଯିବାଆସିବା ଅସୁବିଧା ନେଇ ଗ୍ରାମବାସି ଅଳ୍ପ କିଛିଦିନ ତଳେ ବିଧାୟକ ଙ୍କୁ ଅବଗତ କରିଥିଲେ , ସେଠୀ ଏକ ଓଭର ବ୍ରିଜ ନିର୍ମାଣ ବିଷୟ ନେଇ ବିଧାୟକ ଲିଖିତଭାବେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି କୁ ଜଣାଇଛନ୍ତି, ତାସହ ଭଦ୍ରକ ଠାରୁ ପଲାସା ଆସିଥିବା DMU ଟ୍ରେନ କୁ ଗୁଣୁପୁର ପ୍ରଜନ୍ତ୍ ଓ ଗୁଣୁପୁର ଠାରୁ ବିଶାଖାପାଟଣା ଟ୍ରେନ କୁ ହାଇଦ୍ରାବାଦ ପ୍ରଯୋନ୍ତ ଚଲାଇବା ଲିଖିତ ଭାବେ ଦେଇଛନ୍ତି, ଓଡ଼ିଶା ଗଠନ ରେ ଯାହାର ଭୂମିକା ରହିଥିଲା ସେଇ ମହାନ୍ ବ୍ୟକ୍ତିତ୍ଵ ତଥା ପାରଳା ମହାରାଜା ଙ୍କ ପ୍ରତିମୂର୍ତ୍ତି ଷ୍ଟେସନ ସମ୍ମୁଖ ରେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଲିଖିତ ଭାଲେ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଙ୍ଗ କମିଟି ର ସଦସ୍ୟ ସାଂସଦ ଦମଦାର ଅଗ୍ରୱାଲ, ସାଂସଦ ତାରିକ ଅନୟାର, ସାଂସଦ ସଂଗୀତା ସିଂଦେଓ, ସାଂସଦ ଶତାବ୍ଦୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ