March 13, 2026

ମସିହାଖାଲିରେ ଧାନମଣ୍ତି ଶୁଭାରମ୍ଭ…

jhgjgjg
Share

କୁକୁଡ଼ାଖଣ୍ତି ଚଳିତ ବର୍ଷ ଖରିଫ୍ ଋତୁରେ ଧାନ କିଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ସେବା ସମବାୟ ସମିତି ଲିଃ ପରିସରରେ ୨୦୨୩-୨୦୨୪ ଖରିଫ ଧାନ କ୍ରୟ ଲାଗି ମଣ୍ଡିର ଶୁଭାରମ୍ଭ କରାଯାଇଛି। ସମବାୟ ସମିତି ସଭାପତି ସୁରେଶ କୁମାର ସେଠୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇ ଥିବା ବେଳେ କୁକୁଡ଼ାଖଣ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଧାନମଣ୍ତିର ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, ସ୍ଥାନୀୟ ସରପଞ୍ଚ କାପଲ ବୁଲୁ, ଆଙ୍କୁଶପୁର ସରପଞ୍ଚ ମୁରଲୀ ସେଠୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରୁ ଉପସଭାପତି ପୁଷ୍ପାଞ୍ଜଳି ଗୌଡ଼,ରାଜେନ୍ଦ୍ର ପାଣିଗ୍ରାହୀ, ପର୍ଶୁରାମ ସାହୁ, କେ. ଚକ୍ରପାଣି,ଏସ. ଭଗବାନ ପାତ୍ର, ପ୍ରିୟମ୍ବଦା ପାଢୀ ,
କାଳୁ ଚରଣ ଡାକୁଆ,ଭାସ୍କର ସାହୁ,
ବି. ସୁଭଦ୍ରା ଦୋରା ,ନରସିଂହ ସାହୁ
ଇ.ଅଶୋକ କୁମାର, ବିଦ୍ୟାଧର ଜେନା ,
ଚିତ୍ତ ରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କୁକୁଡ଼ାଖଣ୍ଡି ବ୍ଲକ୍‌ର ୧୯ କୃଷି ସେବା ସମବାୟ ସମିତି , ୩ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟଲାଗି ଅନୁମତି ମିଳିଛି। ଚଳିତ ବର୍ଷ ୭୧୦୦ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକୃତ କରିଛନ୍ତି । ଚଳିତ ବର୍ଷ ସାଧାରଣ ଧାନ ସକାଶେ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ଓ ଏ ଗ୍ରେଡ୍ ଧାନ ପାଇଁ ୨୨୦୩ ଟଙ୍କା ଦର ଧାର୍ଯ୍ୟ ହୋଇଛି। ଶେଷରେ ସେବା ସମବାୟ ସମିତି ସମ୍ପାଦକ ଦୀପକ କୁମାର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ l (କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ)