June 13, 2026

ଚୋରଙ୍କ ଉତ୍ପାତ ରୁ ଜନସାଧାରଣ ଅତିଷ୍ଠ

IMG-20251001-WA0082
Share

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆ ହତା ଗ୍ରାମ ଆଶା ଫିଲ୍ମ ହଲ୍ ନିକଟ ଘର ସମ୍ମୁଖ ରୁ ବୁଲେଟ୍ ଗାଡି ଚୋରି ନେଇ ଥାନାରେ ଅଭିଯୋଗ। ସୂଚନା ମୁତାବକ ଦୁଷ୍ମନ୍ତ ସିଂହ ପେଶାରେ ଜଣେ ଓକିଲ । ସେପ୍ଟେମ୍ବର ୨୧ ତାରିଖରେ ସେ କୋର୍ଟରୁ କାର୍ଯ୍ୟ ସାରି ଓଡ଼ି 19U 4487 ନମ୍ବର ବିଶିଷ୍ଟ ନିଜ ବୁଲେଟ୍ ରେ ଆସି ଘର ସମ୍ମୁଖ ଗ୍ୟାରେଜ୍ ରଖି ଘରକୁ ଯାଇଥିଲେ। ରାତି ରେ ଘରେ ଶୋଇଥିବା ବେଳେ କୌଣସି ବ୍ୟକ୍ତି ଗାଡି ଚୋରି କରି ନେଇଥିଲେ। ତେବେ ସବୁ ସାଙ୍ଗ ସାଥି, ବନ୍ଧୁ ପରିଜନ ଙ୍କ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ ଗାଡିର କିଛି ସନ୍ଧାନ ମିଳି ପାରି ନଥିଲା। ଶେଷରେ ନିରୁପାୟ ହୋଇ ସେପ୍ଟେମ୍ବର ୩୦ ତାରିଖରେ ଗାଡି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

You may have missed