April 28, 2026

ମହାନଦୀ ବାଲୁଙ୍କେଶ୍ୱର ଘାଟରେ ମହାଳୟା ଦିନ ଅନୁଷ୍ଠିତ ହେବ ସାମୁହିକ ତିଳତର୍ପଣ

IMG-20241001-WA0017
Share

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ବହୁ ପୁରାତନ କାଳରୁ ମହାନଦୀ ବାଲୁଙ୍କେଶ୍ୱର ଘାଟରେ ଚାଲି ଆସୁଥିବା ସାମୁହିକ ତିଳତର୍ପଣ କାର୍ଯ୍ୟ ପୁଣି ଆସନ୍ତା କାଲି ଠାରୁ ପୁନଃଜୀବିତ ହେବ। କୌଣସି କାରଣ ବଶତଃ ବନ୍ଦ ହୋଇଯାଇଥିବା ଏହି ସେବା ପୁଣି ଆରମ୍ଭ କରିବାକୁ କିଛି ଜଣ ଅଣ୍ଟା ଭିଡ଼ିଛନ୍ତି।ନନ୍ଦପଡା ବ୍ରାହ୍ମଣ ସମାଜର ପ୍ରୟାସ କ୍ରମେ ପୁଣି ଏହି ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ମହାନଦୀ ବାଲୁଙ୍କେଶ୍ୱର ଘାଟ ରେ ଆସନ୍ତାକାଲି ବୁଧବାର ସକାଳ ଘ. ୦୬. ୫୦ ମିନିଟ ସମୟରେ ପବିତ୍ର ମହାଳୟା ଅବସରରେ ଅନୁଷ୍ଠିତ ହେବ।

 

ଏହି ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ରେ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଆୟୋଜକ ଙ୍କ ପକ୍ଷରୁ ସୁବାଷ ନନ୍ଦ, ଶାନ୍ତନୁ ଶତପଥି, ସଂଜୀବ ଗୁରୁ, ବିବେକା ମିଶ୍ର, ଦୁର୍ଗାମାଧବ ମିଶ୍ର ପ୍ରମୁଖ ବିନମ୍ର ଅନୁରୋଧ କରିଛନ୍ତି।

You may have missed