October 6, 2026

ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ହରିତ କ୍ରୀଷୀ ନିଧି ଲିମିଟେଡ ର ପ୍ରୟାସ।

IMG-20231001-WA0041
Share

ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ହରିତ କ୍ରୀଷୀ ନିଧି ଲିମିଟେଡ ର ପ୍ରୟାସ।


ବୋଲଗଡ଼,୦୧/୧୦(ଉପାନ୍ତ ଓଡିଶା) :ଅଲ୍ଟ୍ରାଭିନ୍ନକ୍ଷମ ବିଦ୍ୟାଳୟର ସମ୍ପାଦକ ବ୍ରହ୍ମଚାରୀ ରାୟ ଓ ସହ ସମ୍ପାଦକ ରାଜକିଶୋର ରାୟ ଆବାହକତ୍ବରେ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତର ମହିଳା ମାନଙ୍କୁ ନେଇ ହରିତ୍ କ୍ରିଷୀ ନିଧି ଲିମିଟେଡ ର ଚେୟାର ମ୍ୟାନ ତଥା ପରିଚାଳକ ନିର୍ଦ୍ଦେଶକ ତୁଶାର କାନ୍ତ ଭଂଜ କିପରି କୁଟୀରଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବୀ କରିବାପାଇଁ ମହିଳା ମାନଙ୍କୁ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସଭା ବହୁ ମହିଳା ମାନଙ୍କର ଉପସ୍ଥିତ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରମୋଟର ବିବେକ ଦୀକ୍ଷିତ, ଜିଲ୍ଲା ପ୍ରମୋଟର ବିମ୍ବାଧର ଶ୍ରୀ ଚନ୍ଦନ, ରମେଶ କୁମାର ନାଏକ,ପ୍ରମୋଟର ସମିର କୁମାର ଛାଟୋଇ,ବିରଞ୍ଚି କୁମାର ରାଉତ,ପ୍ରମୋଦ କୁମାର ମାନ୍ଧାତା ଅଂନ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଏହି ସଭାର ମୂଳ ଲକ୍ଷ ଥିଲା। ଏହି ସଭାରେ ବହୁ ମହିଳା ଉପସ୍ଥିତ ରହି ସଭା କାର୍ଯ୍ୟକୁ ସଫଳ ମଣ୍ଡିତ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed