ବୁଗୁଡ଼ା ବ୍ଲକ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ
ବୁଗୁଡା : ତା ୦୧/୦୯/୨୫ : ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପ ପରିସରରେ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ବୁଗୁଡ଼ା ବ୍ଲକ ସଂଘର ଦ୍ବତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡ ସଂଘ ସଭାପତି କାହ୍ନୁ ଚରଣ ଦିଗାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସୁବାସ ପ୍ରଧାନ, ମୁଖ୍ୟବକ୍ତା ଭାବେ ଜିଲ୍ଲା କାର୍ଯ୍ଯକାରୀ ସଭାପତି ପ୍ରମୋଦ ଚନ୍ଦ୍ର ଦାଶ , ସମ୍ମାନିତ ଅତିଥି ଭାବେ ଡି.ଗୁରୁମୂର୍ତ୍ତି ପାତ୍ର ଓ ରବିନ୍ଦ୍ର ପାତ୍ର, ଜିଲ୍ଲା ସଂଘ ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ ଓ ଉପଖଣ୍ଡ ସଂଘ ଉପଦେଷ୍ଟା ବିପ୍ର ଚରଣ ଗୌଡ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ
ଅକ୍ଷୟ କୁମାର ମିଶ୍ରଙ୍କ ଦ୍ଵାରା ସମ୍ପାଦକୀୟ ବିବରଣୀ ପଠନ କରାଯାଇଥିଲା। ଏ ଅବସରରେ ସେବା ନିବୃତ୍ତ ତହସିଲ କର୍ମଚାରୀ ଚକ୍ରଧର ସାହୁ ଓ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ସୁରେନ୍ଦ୍ର ବିଷୋୟୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥି ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସନ୍ତୋଷ କୁମାର ରାଉତ-ସଭାପତି , ସିମାଞ୍ଚଳ ସାହୁ – ଉପସଭାପତି , ରାଘବ ପଣ୍ଡା – ସମ୍ପାଦକ, ଚନ୍ଦ୍ର ପଣ୍ଡା – ସହସମ୍ପାଦକ , ଅରୁଣ ପାତ୍ର – କୋଷାଧକ୍ଷ ଓ ଚକ୍ରଧର ସାହୁ – ଉପଦେଷ୍ଟା ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ।
