June 12, 2026

ଉମରକୋଟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନିଦିନିଆ ଜାତୀୟ ଖେଳ ଦିବସ ଅନୁଷ୍ଠତି ହୋଇଯାଇଛି……

IMG-20250901-WA0199
Share

 

ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ଚଉଦ ତମ ଜାତୀୟ ଖେଳ ଦିବସ ତଥା ପୂର୍ବତନ ହକି ଚମ୍ପିଆନ୍ ତଥା ଅଲମ୍ପିକ୍ ସ୍ଵର୍ଣ୍ଣ ପଦକ ବିଜେତା ମେଜର୍ ଧ୍ୟାନଚାନ୍ଦ ଙ୍କ ଅଗଷ୍ଟ ୨୯ ତାରିଖ ଜନ୍ମ ଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ରୂପେ ଦେଶ ଓ ରାଜ୍ୟ ବ୍ୟାପୀ ପାଳନ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡା ଅଫିସର ସମୀର କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଓ ବହୁ ମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ତିନି ଦିନ ଧରି ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଅଂଚଳର ବହୁ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ l ଏହି କ୍ରୀଡା ଉତ୍ସବରେ ଫୁଟବଲ୍, ବ୍ଯାଡମିନ୍ଟନ, ଦୌଡ଼ି ଟଣାଖେଳ ସହ ଅନ୍ୟାନ୍ୟ ଖେଳ ଅନୁଷ୍ଠତି ହୋଇଥଲା I ଏଥିରେ ସ୍ଥାନୀୟ କ୍ରୀଡାବିତ୍ ଓ ଏମ୍.ପି.ଏସ୍.ଏକାଡେମୀ ରେ ରହୁଥିବା କ୍ରୀଡାବିତ୍ ମାନେ ଅଂଶଗ୍ରହଣ କରିଥିଲେ l ତିନିଦିନ ଧରି ଅନୁଷ୍ଠିତ ଏହି କ୍ରୀଡା କୁ ସମ୍ପୂର୍ଣ୍ଣ ଭାବେ ତଦାରଖ କରିଥିଲେ ଇଣ୍ଡୋର ଷ୍ଟାଡିୟମ ର ନିରୀକ୍ଷକ ଶ୍ରୀ ଅଶୋକ କୁମାର ସାହୁ l ଉଦଘାଟନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସାଂସଦ ଶ୍ରୀ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ରାମ ନାୟକ ଓ ସମ୍ମାନିତ ଅତିଥି ଭାବେ ଇଣ୍ଡୋର ଷ୍ଟାଡିୟମ ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ମହିଳା ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦିକା ଇଂ

ଚନ୍ଦନା ମଲ୍ଲିକ, ଉମରକୋଟ ଇଣ୍ଡୋର୍ ଷ୍ଟାଡିୟମ୍ ର ନିରୀକ୍ଷକ ଶ୍ରୀ ଅଶୋକ କୁମାର ସାହୁ l ଗତ କାଲି ଏହି ଖେଳର ଉଦ୍ ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରାମ ନାୟକ ଯୋଗ ଦେଇ ଖେଳାଳି ମନକୁଂ ଖେଳ ଖେଳିବା ଦ୍ଵାରା ନିଜର ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲ ରହେl ଓଡିଶା ମୋହନ ସରକାରଙ୍କ କ୍ରୀଡା କ୍ଷେତ୍ରରେ ଖେଳାଳି ମାନଙ୍କ ବିକାଶ ପାଇଁ ଭିତ୍ତିଭୂମି ସହ ଖେଳ ସମାଗ୍ରୀ ଯୋଗାଇ ଦେଇଛନ୍ତି ,ଖେଳାଳିଙ୍କୁ ସୁଯୋଗ ହାତଛଡ଼ା ନ କରିବା ପାଇଁ ପରାମର୍ଶ ଦେଇଥିଲେ l ଉଦଯାପିତ ଉତ୍ସବ ରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା କ୍ରୀଡା ସମ୍ପାଦକ କୃଷ୍ଣ ଚନ୍ଦ୍ର ପଟ୍ଟନାଯକ, ଇଣ୍ଡୋର୍ ଷ୍ଟାଡିୟମ୍ ନିରୀକ୍ଷକ ଅଶୋକ କୁମାର ସାହୁ ଯୋଗଦେଇ ଖେଳରେ ବିଜେତା ମାନକୁ ଜିଲ୍ଲା କ୍ରୀଡା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ମାନପତ୍ର ଓ ଧ୍ୟାନଚାନ୍ଦ ଲୋଗ ମେ ଡେଲ ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି ତିନିଦିନ ଧରି ଅନୁଷ୍ଠିତ ଖେଳକୁ ପରିଚାଲନା କରିଥିଲେ କ୍ରୀଡା ଶିକ୍ଷକ ଶ୍ରୀ ଏମ୍. ବିଜୟ କୁମାର,କିଶୋର କୁମାର ସିଲ୍, ପ୍ରଫୁଲ୍ଲ କଲାର ,ଭାର ଉତ୍ତୋଳନ ପ୍ରଶିକ୍ଷକ ନକୁଳ ସନ୍ତା,ଶରୀରିକ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ନବିନା ସନ୍ତା,ଯୋଗମୋଣି ଭତ୍ରl, ପୁନେଇ ପୂଜାରୀ.ଓ ପ୍ରଶିକ୍ଷଣ ଛାତ୍ର ମନୋଜ ନାୟକ, ନରସିଂହ ହରିଜନ, କମଲୁ କଲlର ,ଢ଼ାକେଲସିଂ ଗଣ୍ଡ, ଜଗଦୀଶ ସନ୍ତା,ବସନ୍ତ ସନ୍ତା ପ୍ରମୂଖ ରହି. ଖୋଳକୁ ସୂଚାରୁ ରୂପେ ଚଳାଇ ଥିଲେ l ଉଦଯାପିତ ଉତ୍ସବ ରେ ମଞ୍ଚ ପରିଚାଲନା କରିଥିଲେ ଏମ୍. ବିଜଯ କୁମାର l

You may have missed