November 26, 2024
Share

 

୧-ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ‘ସୁଧୁରି ଯାଅ’ । ମହିଳା ନିର୍ଯାତନାରେ ଶୂନ୍ୟ ସହନଶୀଳତା।

 

୨-ନୂଆ ଅବକାରୀ ନୀତିରେ ନିଶା ନିୟନ୍ତ୍ରଣକୁ ଗୁରୁତ୍ବ, ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି।

 

୩-ମାସକରେ ୫୦% ଅଭିଯୋଗର ସମାଧାନ ହେବ: ମୁଖ୍ୟମନ୍ତ୍ରୀ

 

୪-ରାଜ୍ୟ ପୋଲିସ ବିଭାଗରେ ୧୦୦ ଦିନରେ ଦିଆଯିବ ୩ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

 

୫-ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା, ଗୁଣାତ୍ମକ ଶିକ୍ଷାଦାନ ଏହାର ଉଦ୍ଦେଶ୍ୟ।

 

୬-ରାଜ୍ୟରେ ବିଗିଡ଼ିଛି ଆଇନ୍ ଶୃଙ୍ଖଳା, ସାମ୍ପ୍ରଦାୟିକ ଉତ୍ତେଜନା ଜୋର ଧରିଛି: ନବୀନ

 

୭-ଭୁବନେଶ୍ଵର: ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ।

 

୮-କଟକ: ଡ଼ା ଲୁସି ଦାସ ହେଲେ SCB ଅଧକ୍ଷ, ଅଧୀକ୍ଷକ ପଦ ଝୁଲି ରହିଲା।

 

୯-ଚିକିଟି ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଅନ୍ୟ ୪ଜଣ ଚିକିତ୍ସାଧୀନ ରହିଛନ୍ତି।

 

୧୦-ବଦଳିବ କି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ? ଧର୍ମେନ୍ଦ୍ରଙ୍କ ସୂଚନା ପରେ ଜୋର୍‌ ଧରିଲା ଚର୍ଚ୍ଚା।

 

୧୧-ଭୁବନେଶ୍ୱର: ଛତୁଆ ଗୁଣାବତ୍ତାକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି।

 

୧୨-ଭୁବନେଶ୍ୱର:ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ବିଜେପିର ୫ ନେତା।

 

୧୩-ଗ୍ରାଜୁଏସନ୍ କରିଥିରେ ସୁବର୍ଣ୍ଣ ସୁଯୋଗ; ହାଇକୋର୍ଟରେ ଚାକିରି; ଦରମା ୬୯ ହଜାର,ଏହି ନିଯୁକ୍ତି ମାଧ୍ୟମରେ ୫୪ ପଦବୀ ପୂରଣ ହେବ।

 

୧୪-ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ।

 

୧୫-ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସର ରେଡ, ମିଳିଲା ବିଡ଼ା ବିଡ଼ା ନୋଟ୍ ସହିତ ପୁଳାପୁଳା ସୁନା ଗହଣା।

 

୧୬-ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ।

 

୧୭-ଜଙ୍କିଆ:ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ; ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ, ହେଲେ କାମ ଗଞ୍ଜେଇ ବେପାର।

 

୧୮-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପର୍ବତାରୋହୀ ଲିପିକା ସେଠ୍: ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ।

 

୧୯-ଫେରିବ ସାହାରା ଟଙ୍କା! ନିବେଶକଙ୍କ ପାଇଁ ଖୁସି ଖବର,ରିଫଣ୍ଡ ପୋର୍ଟାଲ୍‌ରେ, ଆପଣଙ୍କ ଲିଷ୍ଟ୍‌ ତୁରନ୍ତ ଚେକ୍‌ କରିବା ଆବଶ୍ୟକ।

 

୨୦-ଏନକାଉଣ୍ଟରରେ ୩ ମାଓବାଦୀ ନିହତ, ମାଲକାନଗିରିରେ ମାଓ ଡମ୍ପ୍ ଠାବ।

 

୨୧-ସୁପ୍ରିମକୋର୍ଟର ୭୫ ବର୍ଷ ହେଉଛି ଆମ ସାମ୍ବିଧାନିକ ମୂଲ୍ୟବୋଧର ଯାତ୍ରା – ପ୍ରଧାନମନ୍ତ୍ରୀ।

 

୨୨-ସୁଧୁରୁନି ପାକିସ୍ତାନ, LoC ନିକଟରେ କରୁଥିଲା ନିର୍ମାଣ କାର୍ଯ୍ୟ, ସେନାର ଫାୟାରିଂ ପରେ ବନ୍ଦ କଲା କାମ।

 

୨୩-ରୁଷରେ ୨୨ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି।

 

*🙏 ସୁପ୍ରଭାତ 🙏*

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.