ବୁଲା ଗାଈଗୋରୁଙ୍କୁ ରାସ୍ତାରୁ ଉଠାଇ ନେଲା ଏନ୍ଏସି ପ୍ରଶାସନ , ଜନସାଧାରଣ ଆଶ୍ବସ୍ତ
ବୁଲା ଗାଈଗୋରୁଙ୍କୁ ରାସ୍ତାରୁ ଉଠାଇ ନେଲା ଏନ୍ଏସି ପ୍ରଶାସନ , ଜନସାଧାରଣ ଆଶ୍ବସ୍ତ
ବୁଗୁଡ଼ା : ତା ୦୧/୦୯/୨୩ : ବୁଗୁଡ଼ା ସହରର ରାଜରାସ୍ତା ସାଙ୍ଗକୁ ବିଭିନ୍ନ ସାହିରେ ଗାଈଗୋରୁଙ୍କ ଅବାଧ ବିଚରଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିଲା ବେଳେ ଏନ୍ଏସି ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ଧରି ଡାକବାଜି ଯନ୍ତ୍ର ଯୋଗେ ଅମାନିଆ ଗୋପାଳକଙ୍କୁ ନିଜ ନିଜର ଗାଈଗୋରୁଙ୍କୁ ବାହାରକୁ ନ ଛାଡିବା ପାଇଁ ନିବେଦନ କରାଯାଉଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଆଜି ସନ୍ଧ୍ୟାରେ ଏନ୍ଏସି କର୍ତ୍ତୃପକ୍ଷ କାଓ କ୍ଯାଚର୍ ଗାଡି ଯୋଗେ ରାସ୍ତାରୁ ଗାଈଗୋରୁଙ୍କୁ ଉଠାଇ ନେବାକୁ ବାଧ୍ୟ ହୋଇଥିବା ଜଣାଯାଇଛି । ବୁଗୁଡ଼ା ସହରର ରାସ୍ତାଘାଟ ଗାଈଗୋରୁଙ୍କ କବଜାରେ ରହୁଥିବା ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ସାଙ୍ଗକୁ ଆମ୍ବୁଲାନ୍ସ ମଧ୍ୟ ରାସ୍ତା ନ ପାଇ ଅଟକି ରହୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଥିଲା । ଅମାନିଆ ତଥା ଅସଚେତନ ଗୋପାଳକଙ୍କ ଅବିବେକୀ ଚିନ୍ତାଧାରା ଯୋଗୁଁ ରାସ୍ତାରେ ମାଳ ମାଳ ବିଚରଣ ସାଙ୍ଗକୁ ଅକଥନୀୟ ଦୌରାତ୍ମ୍ଯ ବୃଦ୍ଧି ହେତୁ ଏନ୍ଏସି ପ୍ରଶାସନ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିଲା । ତେବେ ଆଜି ଏନ୍ଏସି ପ୍ରଶାସନ ପକ୍ଷରୁ ରାସ୍ତାରୁ ଗାଈଗୋରୁଙ୍କୁ ଉଠାଇ ନେବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ବୁଲା ଗାଈଗୋରୁଙ୍କୁ ଉଠାଇ ନେଇ ଏନ୍ଏସି ଅନ୍ତର୍ଗତ କାଦପଡା ଗୋଶାଳାରେ ରଖାଯାଉଥିବା ଜଣାଯାଇଛି ।