April 30, 2026

ହତଡିହି ମଣ୍ଡଳ ବିଜେପି ର ବୁଥ ସ୍ତରୀୟ କାର୍ଯ୍ୟକର୍ମ ଓ ମିଶ୍ରଣ ପର୍ବ

IMG-20230901-WA0016
Share

ହତଡିହି ମଣ୍ଡଳ ବିଜେପି ର ବୁଥ ସ୍ତରୀୟ କାର୍ଯ୍ୟକର୍ମ ଓ ମିଶ୍ରଣ ପର୍ବ

ହାଟଡିହି ମଣ୍ଡଳ ବିଜେପି ର ବୁଥ ସ୍ତରୀୟ କାର୍ଯ୍ୟକାର୍ତ୍ତା ଙ୍କର ଏକ ବୈଠକ ହାଟଡିହି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ବୈଠକରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଲ ସଭାପତି ହରମୋହନ ଶାସିନ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ପ୍ରେମାନନ୍ଦ ମିଶ୍ର , ତୃପ୍ତିମୟୀ ଜେନା, ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରି ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ। ଏ ବୈଠକରେ ନିତ୍ୟାନନ୍ଦ ବେହେରା,ସୁରେଶ ମହାନ୍ତି, ଶିବବ୍ରତ ପ୍ରଧାନ, ନିରାକାର ଓଝା, ରାଜେଶ ଜେନା, ଜଗନ୍ନାଥ ସ୍ୱାଇଁ, ଦୀନବନ୍ଧୁ ମହାନ୍ତି, ରାଜେନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଜେନା, ରାଜକିଶୋର ଜେନା, ଫକୀର ମୋହନ ବେହେରା, ଅଜୟ ଅମନ୍ତ, ନବକିଶୋର ଜେନା, ମୁକ୍ତିକାନ୍ତ ନାୟକ, ସଞ୍ଜୟ ମହାନ୍ତି, ବଳରାମ ଜେନା, ପ୍ରତାପ ଦାସ,ବସନ୍ତ ବେହେରା, ଅଭିମନ୍ୟୁ ନାୟକ, ଜିତେନ୍ଦ୍ର ମଲ୍ଲିକ,,ନାରାୟଣ ସାହୁ, ଭାରତ ପାତ୍ର, ସନ୍ତୋଷ ବେହେରା, କେଶବ ଜେନା, ପ୍ରସନ ଜେନା, ଗୋପବନ୍ଧୁ ସାହୁ,ବିଶ୍ୱ ନାୟକ, ପବିତ୍ର ମୋହନ ମଲ୍ଲିକ, ପିନାକୀ ଜେନା,ଆଲୋକ ନାୟକ, ଚନ୍ଦ୍ରମଣୀ ଜେନା, ପ୍ରଶାନ୍ତ ରାଉତ, ଉଛବ ଜେନା, ଶଙ୍କର୍ଷଣ ରାଉତ, ହରିହର ପ୍ରଧାନ, ଙ୍କ ସମେତ ଶତାଧିକ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଏ ଅବସରରେ ହାଟଡିହି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା ବିଜେପି ରେ ନିଜ ସମର୍ଥକ ଙ୍କ ସହ ଯୋଗଦେଇଥିଲେ। ବିଜେପି ନେତା ଆଲୋକ ସେଠି ସେମାନଙ୍କୁ ଦଲୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ। ଏ ଅବସରରେ ଗ୍ୟାସ ଦର ୪୦୦ ଟଙ୍କା କମିଥିବାରୁ ଉପସ୍ଥିତ କର୍ମୀ ମାନେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଡିଜିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।                                                                                                                                                                    କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।