November 24, 2024

ଚଳଚଞ୍ଚଳ ହେଲାଣି ଆନନ୍ଦପୁର ରାଜନୈତିକ ମାହୋଲ । ବିଧାୟକ ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଲ

Share

ଚଳଚଞ୍ଚଳ ହେଲାଣି ଆନନ୍ଦପୁର ରାଜନୈତିକ ମାହୋଲ ।

ବିଧାୟକ ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଲ

ହାଟଡିହି,୩୧/୮: ବିଧାନସଭା ନିର୍ବାଚନ ଆଗୁଆ ହେବାର ଗୁଞ୍ଜରଣକୁ ନେଇ ଆନନ୍ଦପୁରରେ ରାଜନୈତିକ ମହୋଲ ସରଗରମ ହେବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନକୁ ଆଗୁଆ ଭାବେ ଡିସେମ୍ବରରେ କରାଯିବା ନେଇ ଗୁଞ୍ଜରଣ ସୃଷ୍ଟି ହେଉଥିବାବେଳେ ଆନନ୍ଦପୁରର ବିଧାୟକ ପ୍ରାର୍ଥୀଙ୍କୁ ନେଇ ଆକଳନ ଆରମ୍ଭ ହୋଇଯାଇଛି । ଚଳିତ ନିର୍ବାଚନରେ ଯୁବ ଗୋଷ୍ଠୀ ବେଶ ତତ୍ପରତା ପ୍ରକାଶ କରିଥିବାବେଳେ ଆନନ୍ଦପୁର ବିଧାନସଭା କ୍ଷେତ୍ରରୁ ୧୦ ରୁ ଊର୍ଦ୍ଧ୍ବ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା ଲାଗିରହିଛି । ଏଥ‌ିପାଇଁ ସାମାଜିକ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ଫ୍ୟାନ୍ କ୍ଲଟ୍ ଦ୍ଵାରା କିଏ ଆନନ୍ଦପୁରର ବିଧାୟକ ହେବ ନେଇ ଏକ ପୋଲ ଅନୁଷ୍ଠିତ ହୋଇଥିଲା। ଏହି ପୋଲରେ ଭାଗିରଥ ସେଠୀ, ମାୟାଧର ଯେନା,ବିଶ୍ଵନାଥ ପ୍ରତାପ ଜେନା, ନନ୍ଦୁ ଚରଣ ଜେନା, ବଳରାମ ମଲ୍ଲିକ, ବିମଳ କିଶୋର ଯେନା, ନାରାୟଣ ସେନା, ସାବିତ୍ରୀ ସେଠୀ, ଆରତୀ ସିଂହ, କୌଶଲ୍ୟା ସେଠୀ, ଶରତ ସେଠୀ, ଶାନ୍ତନୁ ସେଠୀ, ଜୟଦେବ ଜେନା, ମନୋଜ ଜେନା, ଆଲୋକ ସେଠୀ, ଝାନସୀରାଣୀ ଦାସଙ୍କ ନାମ ରହିଛି । କିଏ ପିନ୍ଧିବ ବିଜୟ ମୁକୁଟ ଶୀର୍ଷକ ଲେଖାରେ ଆନନ୍ଦପୁର ଜନସାଧାରଣ ଅଂଶ ଗ୍ରହଣ କରି ୨୬ ଅଗଷ୍ଟ ୫.୩୦ ରୁ ୧ ସେପ୍ଟେମ୍ବର ସନ୍ଧ୍ୟା ୫ ଟା ୩୦ ମଧ୍ୟରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ଅନୁରୋଧ ରଖାଯାଇଥିଲା। ତେବେ ଏହି ସମୟର ଅବଧୂ ଶେଷ ହେବାର ଯଥେଷ୍ଟ ପୂର୍ବରୁ ପୋଲକୁ ବନ୍ଦ କରାଯାଇ ଜନସାଧାରଣଙ୍କ ମତାମତକୁ ସାର୍ବଜନୀନ କରାଯାଇଛି । ଏଥିରେ ବିଶ୍ୱନାଥ ପ୍ରତାପ ଯେନା ସର୍ବାଧିକ ୩୪ ପ୍ରତିଶତ ଜନମତ ପାଇଁ ସର୍ବାଗ୍ରେ ରହିଥ‌ିବାବେଳେ ଶାନ୍ତନୁ ସେଠୀ ୩୦ ପ୍ରତିଶତ ଜନମତ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବା ପୋଲ ରିପୋର୍ଟ ଦର୍ଶାଉଛି । ଏହାକୁ ନେଇ ଆନନ୍ଦପୁରର ରାଜନୈତିକ ମାହୋଲ ବେଶ ସରଗରମ ରହିଛି। ତେବେ ନିର୍ବାଚନକୁ ଲକ୍ଷ୍ୟ ର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଶାୟୀମାନେ ତୃଣମୂଳ ସ୍ତରରେ ସଭା ସମିତି ଆୟୋଜନ କରିବା ସହିତ କର୍ମୀଙ୍କ ମନୋବଳ ବୃଦ୍ଧି କରି ସମର୍ଥନ ହାତେଇବାରେ ଲାଗିପଡିଛନ୍ତି ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ