୮୦ବର୍ଷ ରୁ ଉର୍ଦ୍ଧ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା ପ୍ରଦାନ ଦାବି

ଛତ୍ରପୁର.୧/୭/୨୦୨୫.(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ୍ ଅଗସ୍ତିନୁଆଗାଁ ଗ୍ରାମପଞ୍ଚାୟତର ତେଲୁଗୁ ନୂଆଗାଁ ବାସିନ୍ଦା ଗୋବିନ୍ଦ ଦାସ ପିତା ଗୁରା ଦାସ ବୟସ ୮୨ ବର୍ଷ ସେ ଜଣେ ଅନୁସୂଚିତ ଜାତିର ଅକ୍ଷମ ବୃଦ୍ଧ ଅଟନ୍ତି ସେ ଜନ୍ମରୁ ଅକ୍ଷମ ୨୦୧୨ମସିହାରେ ୬୦ପ୍ରତିଶତ ବିକଳାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି ୮ମାସ ତଳେ ଏକ ଦୁର୍ଘଟଣା ରେ ତାଙ୍କର ବାମ ଗୋଡ ଟି ଆଣ୍ଠୁ ତଳକୁ ଭାଙ୍ଗି ଯିବା ହେତୁ ଚଳ ପ୍ରଚଳ କରିବା କଷ୍ଟ ସାଧ୍ୟ ହୋଇଯାଇଛି।ମୋର ବର୍ଦ୍ଧିତ ବାର୍ଧ୍ୟକ୍ୟ ଭତା ପ୍ରଦାନ କରିବା ନିମନ୍ତେ ମୁ ସରକାର ଙ୍କ ନିକଟରେ ଦାବି କରୁଛି ବର୍ତମାନ ମୋର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ମୋର ଆୟୁଷ୍ମାନ ଭାରତ କାର୍ଡ ମଧ୍ୟ ନାହିଁ ସରକାର ଙ୍କ ତରଫରୁ ମୋର ଚିକିତ୍ସା ଓ ଔଷଧ ଖର୍ଚ୍ଚ ନିମନ୍ତେ ରେଡକ୍ରସ ପାଣ୍ଠି ରୁ କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରୁଛି
