April 27, 2026

ବରଗଡ ଜିଲା ଓଏଏସ ସଂଘର ସାମୁହିକ ଛୁଟି 

IMG-20250701-WA0145
Share

 

 

ସୁରେନ୍ଦ୍ର କଠାର,ବରଗଡ

.

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ପଡିଛି। ଆକ୍ରମଣ ଘଟଣାକୁ ବରଗଡ଼ ଜିଲା ଓଏଏସ୍‌ ସଂଘ ଦୃଢ ନିନ୍ଦା କରିଛି। ଏହି କ୍ରମରେ ମଙ୍ଗଳବାର ସଂଘ ତଥା ଜିଲାରେ କାର୍ଯ୍ୟରତ ୪୨ ଜଣ ଓଏଏସ୍‌ ଅଧିକାରୀ ଏବଂ ୨୨ ଜଣ ଓଆର୍‌ଏସ୍‌ ଅଧିକାରୀଙ୍କୁ ମିଶାଇ ସମୁଦାୟ ୬୫ ଜଣ ଅଧିକାରୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲାପାଳଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି। ଆବେଦନ ପତ୍ର ପ୍ରଦାନ ସମୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ଜିଲାର ସମସ୍ତ ବରିଷ୍ଠ ଓଏଏସ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ତଥା ଅନ୍ୟ ଓଏଏସ ଏବଂ ଓଆରଏସ୍‌ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।