ପିକଅପ୍ ଭ୍ୟାନ ଧକ୍କାରେ ଯୁବକ ମୃତ
ଛତ୍ରପୁର.୧/୭/୨୦୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ବ୍ଲକ୍ ଜଗନ୍ନାଥପୁର ରେଳ ଫାଟକ ନିକଟରେ ଏକ ବାଇକ କୁ ମେଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବକ ଙ୍କ ମୃତୁ ଘଟିଥିଲା। ସୂଚନା ଯୋଗ୍ୟ ଜଗନ୍ନାଥପୁର ରେଳ ଫାଟକ ଦେଇ ଗୋଟିଏ ମେଣ୍ଢା ବୋଝେଇ ପିକଅପ ଭ୍ୟାନ ନଂ OD 02 CN 4207 ଆସୁଥିବା ବେଳେ ଗୋଟିଏ ବାଇକ୍ ରେ ଜଣେ ଯୁବକ ସେହି ରାସ୍ତା ରେ ଯାଉଥିଲେ, ସେହି ସମୟ ରେ ପୀକପ୍ ଭ୍ୟାନଟି ବାଇକ୍ ନଂ OD 07 AW 2704 କୁ ଧକା ଦେଇଥିଲା, ଯାହା ଫଳରେ ବାଇକରେ ଥିବା ଯୁବକ ଟି ରାସ୍ତା ରେ ଟଳି ପଡ଼ିଥିଲେ, ଆଉ ଘଟଣା ସ୍ଥଳରେ ହିଁ ଯୁବକ ଙ୍କ ଜୀବନ ଚାଲିଯାଇଥିଲା ମୃତ ବ୍ୟକ୍ତି ଜଣଙ୍କ ହେଲେ ନରେନ୍ଦ୍ରପୁର ଗ୍ରାମର ଅନନ୍ତ ବାଡ଼ତ୍ୟାଙ୍କ ପୁଅ ଧନୁ ବାଡ଼ତ୍ୟା (୩୫) ଖବର ପାଇ ଚମାଖଣ୍ଡି ଥାନା ଅଧିକାରୀ ପଂହଁଚି ଶବ ବ୍ୟବଛେଦ କରିବା ପାଇଁ ପଠାଇଥିଲେ । ଘାଟଣା ସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପଂହଁଚି ନିଜ ହାତ ଖର୍ଚ୍ଚରୁ ୧୦ ହଜାର ଟଙ୍କା ଦେବା ସହ ରେଡ କ୍ରସ ଫଣ୍ଡ ରୁ ୩୦ ହଜାର ଟଙ୍କା ସହାୟତା କରିଛନ୍ତି । ଏ ନେଇ ଚମାଖଣ୍ଡି ପୋଲିସ କେଶ ନମ୍ବର ୨୭୯/୨୫ ରୁଜୁ କରି ତଦନ୍ତ ଜାରି ରଖିଛି ।
