September 10, 2026

ସୋରରେ ବସ ସହ ହାଇଡ୍ରା ଧକ୍କା, ବସ ଡ୍ରାଇଭର ସମେତ ୩ ଗୁରୁତର ଆହତ.

IMG-20250701-WA0139
Share

 

ସୋର ( ଦେବାଶିଷ ଦାଶ )

ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା ହେବା ଫଳରେ ଚାଳକ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ଆଜି ପୂର୍ବାହ୍ନରେ ନୀଳମାଧଵ ନାମକ ଓଡି୧୧ୱାଇ୧୨୬୧ ନଂ ବିଶିଷ୍ଟ ଏକ ଏସି ଯାତ୍ରୀବାହୀ ବସ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଛପୋଲିଆ ନିକଟରେ ଆଗରେ ଯାଉଥିବା ଏକ କାରକୁ ଓଭରଟେକ କରି ଏକ ହାଇଡ୍ରାକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଏହାର ଚାଳକ ସମେତ ତିନି ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଥାନାରେ ରଖିବା ସହ ତଦନ୍ତ ଆରମ୍ଭ କରିଛି।

You may have missed