May 14, 2026

ଲାଗୁ ହେଲା ଦେଶରେ ନୂଆ ଆଇନ,ମୋହନା ପୋଲିସ୍ ପକ୍ଷରୁ ସଚେତନତା…

IMG-20240701-WA0015
Share

 

ଆଜିଠୁ ଲାଗୁ ହେଲା ଦେଶରେ ନୂଆ ଆଇନ। ବ୍ରିଟିଶ୍ ଅମଳର ପୁରୁଣା ଆଇନ୍ ବନ୍ଦ ହେବା ସହ ନୁଆ ଆଇନ୍ ଏବେ କାର୍ଯ୍ୟକାରୀ ହେବ। ଏହି ଆଇନ୍ ଉପରେ କିଭଳି ଲୋକେ ଜାଣିପାରିବେ ତାହା ଗଜପତି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ପରିସର ରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରକରେ ବରିଷ୍ଟ ଆଇନଜିବୀ ଙ୍କ ସହ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ସାମିଲ୍ ହୋଇଥିଲେ। ଲାଗୁ ହୋଇଥିବା ତିନୋଟି ନୂଆ ଆଇନ୍ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁସାରେ ଆଜିଠୁ କାର୍ଯ୍ୟ ଆରମ୍ଭ ହେବ। ଏହି ଆଇନ୍ ଅନୁସାରେ ନାବାଳିକା ଦୁଷ୍କର୍ମକାରି ଙ୍କୁ ମୃତ୍ୟୁ ଓ ଗଣ ଦୁଷ୍କର୍ମକାରି ଙ୍କୁ ଆଜୀବନ ଦଣ୍ଡ ଦିଆଯିବା ନେଇ ବ୍ୟବସ୍ଥା ହୋଇଥିବା ବେଳେ ସଧାରଣ ଲୋକଙ୍କ ପାଇଁ ଅନେକ ସହାୟତା ହେବ ବୋଲି ବରିଷ୍ଟ ଆଇନଜୀବୀ ସୂଚନା ଦେଇଛନ୍ତି। ଏହି ସଚେତନତା ସଭାରେ ଏସ ଡି ପି ଓ ଅଶ୍ୱିନ କୁମାର ନାୟକ,ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ବରିଷ୍ଟ ଓକିଲ
ଆଦିତ୍ୟ କୁମାର ତ୍ରିପାଠୀ ଓ ସନ୍ତୋଷ କୁମାର ପାଢ଼ୀ ଙ୍କ ସମେତ ସମସ୍ତ ଥାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ପରିଚାଳନା କରିଥିଲେ।