August 30, 2026

ଚୋରା ବାଲି ବୋଝେଇ ଟିପ୍ପର ଓ ଟ୍ରାକ୍ଟର ଜବତ

IMG-20240701-WA0021
Share


କାଶୀନଗର
ତା 1/7/24
କାଶୀନଗର ଥାନା ଅନ୍ତର୍ଗତ କୀଡୀଗାଁ ଗ୍ରାମ ପାର୍ଶ୍ଵରେ ପ୍ରବାହିତ ହେଉଥିବା ବଂଶଧାରା ନଦୀରୁ ଚୋରାରେ ବୋଲି ଚାଲାଣ ବହୁ ଦିନ ହେଲା ଆନ୍ଧ୍ର ପ୍ରଦେଶ କୁ ହେଉଥିବା ସୂଚନା ମିଳୁଥିଲା. କିନ୍ତୁ ରାତ୍ରି ସମୟରେ କାଶୀନଗର ପୋଲିସର ପେଟ୍ରୋଲିଙ୍ଗ ବେଳେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ବାଲି ବୋଝେଇ ଟିପ୍ପର କୀଡୀଗାଁ ଗ୍ରାମ ନିକଟରୁ ଆନ୍ଧ୍ର ପ୍ରଦେଶ ଅଧୀନରେ ଥିବା ଗାଁ ଅଭିମୁଖେ ଯିବା ବେଳେ ଜବତ କରି ଥାନାରେ ଅଟକ ରଖିଛନ୍ତି. ଥାନା ଅଧିକାରୀ ସୁନୀଲ କୁମାର ବେହେରା ରାତ୍ରି ଯାଞ୍ଚ ବେଳେ ସେମାନେ ଆବଶ୍ୟକୀୟ କାଗଜ ପତ୍ର ନ ଦେଖାଇ ବାରୁ ଦୁଇ ବାଲି ବୋଝେଇ ଗାଡି ଜବତ ହୋଇଥିବା ବିଷୟରେ ଗଜପତି ଜିଲ୍ଲା ସ୍ଥିତ ଖଣି ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ବୋଲି କହିଥିଲେ.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed