April 28, 2026

ରଜ୍ୟ ଶ୍ରମ ଓ ସମନ୍ବୟ ସ୍ଵତନ୍ତ୍ର ସଚିବ ଗଜପତି ଜିଲ୍ଲା ଦିନିକିଆ ଗ୍ରସ୍ତରେ ଉନ୍ନତ ମୁଳକ କାର୍ଯ୍ୟ ସମୀକ୍ଷା

IMG-20230601-WA0013
Share

 

 

ପାରଳାଖେମୁଣ୍ଡି, ତା.୩୧.୦୫.୨୦୨୩

 

ରଜ୍ୟ ଶ୍ରମ,ଯୋଜନା ଓ ସମନ୍ବୟ ସ୍ଵତନ୍ତ୍ର ସଚିବ ଶ୍ରୀମତୀ ଚିତ୍ରା ଆରାଉଙ୍ଗମ୍ ଗଜପତି ଜିଲ୍ଲାର ଦିନିକିଆ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହିତ ସୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ସହିତ କଥା ହେବା ସହିତ ବିଭିନ୍ନ ୟୁନିଟ ଯାଇ ଆଲୋଚନା କରିଥିଲେ। ରାୟଗଡ଼ା ବ୍ଲକର ଗଣ୍ଡାହାତୀ ଗ୍ରାମର ଆଦର୍ଶ ଅଙ୍ଗୱାଡ଼ି କେନ୍ଦ୍ର ବୁଲି ଦେଖିବା ସହିତ ଗ୍ରାମ ପଞ୍ଚାୟତକୁ ଯାଇ ମଧୁବାବୁ ପେନସନ ଯୋଜନାରେ ବାତ୍ତା ପାଉଥିବା ହିତାଧିକାରୀଙ୍କ ସହିତ କଥା ହୋଇଥିଲେ। ଜୀରାଙ୍ଗ ରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସିଲେଇ କାମ ବୁଲି ଦେଖିବା ସହିତ ସେମାନଙ୍କର ଉନ୍ନତି ଉପରେ ଆଲୋଚନା କରିବା ସହିତ ଜିରାଙ୍ଗରେ ମଧୁବାବୁ ପେନସନ ଯୋଜନାରେ ବତ୍ତା ପାଉଥିବା ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କ ସହିତ ଆଚାର ତିଆରି ହେଉଥିବା ୟୁନିଟ୍ , ଡ଼ମ୍ୱାଲ ରେ ଥିବା ୫ଟି ଉଚ୍ଚ ବିଦ୍ୟାଳୟ କୁ ମଧ୍ଯ ପରିଦର୍ଶନ କରିଥିଲେ। ଉଦ୍ୟାନ ଓ ସମ୍ମାନିତ ଅଧିବାସୀ ଉନ୍ନୟନ ସଂସ୍ଥା ଦ୍ୱରା ମିଳିତ ସହଯୋଗରେ ସପୁରୀ ଜୁସ ୟୁନିଟ୍ ବୁଲି ଦେଖିବା ସହିତ ସେଠାରେ ପରିଚାଳିତ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କ ସହିତ ଆଲୋଚନା କରିଥିଲେ। କଇଁପୁର ରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ପରିଚାଳିତ ହେଉଥିବା କାଫ କେନ୍ଦ୍ର କୁ ଦେଖିବା ସହିତ ସେଠାରେ ଭଜନ କରିଥିଲେ। ରାୟଗଡ଼ା ବ୍ଲକ କାର୍ଯ୍ୟାଳୟରେ ଯାଇ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ କଥା ହେବା ସହିତ ନୀତି ଆୟୋଗର ସମସ୍ତ ବ୍ଲକରେ କି ପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ରାୟଗଡ଼ା ବ୍ଲକ ରେ ସିଲେଇ ତାଲିମ କେନ୍ଦ୍ର ବୁଲି ଦେଖିବା ସହିତ ମା ମାନଙ୍କ ଦ୍ବରା ପ୍ରସ୍ତୁତ ହେଉଥିବା ୟୁନିଟ୍ କୁ ଯାଇ ବୁଲି ଦେଖି ଥିଲେ। ସେହିପରି ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଥିଲେ । ଗୋଷାଣୀ ବ୍ଲକର ପୁଣ୍ଡୁକି ଠାରେ ଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଛତୁ ୟୁନିଟ୍ କୁ ମଧ୍ୟ ବୁଲି ଦେଖିଥିଲେ। ଏହି କ୍ଷେତ୍ର ପରିଦର୍ଶନ ପରେ ସ୍ବତନ୍ତ୍ର ସଚିବ ଶ୍ରୀମତୀ ଚିତ୍ରା ଆରାଉଙ୍ଗମ୍ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନିକ କାର୍ଯ୍ୟରେ ଖୁସି ବ୍ୟକ୍ତ କରିଛନ୍ତି।

 

ଏହି ଗ୍ରସ୍ତ ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନ ଶକ୍ତି ଶ୍ରୀ ରଶ୍ମୀ ରଞ୍ଜନ ସେଠୀ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

You may have missed