April 24, 2026

ଓଡ଼ିଶା ଦିଵସ ଉପଲକ୍ଷେ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20260401-WA0040
Share

ଖୋରଧା-: (ପ୍ରିୟଙ୍କା ମହାପାତ୍ର)- ଓଡ଼ିଶା ଦିବସ ଉପଲକ୍ଷେ ସମ୍ମିଳିତ କର୍ମଜୀବୀ ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ସଂଘ ର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ ଙ୍କ ନେତୃତ୍ୱ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ସାମ୍ୱାଦିକ ଭବନ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ର ଅୟୋଜନ କରଯାଇଥିଲା l ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଖୋରଧା ର ପୁର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ,ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ, କଂଗ୍ରେସ ନେତ୍ରୀ ସୋନାଲି ସାହୁ, କର୍ନେଲ ଅରୁଣ ରାଉତରାୟ, ରାଜ୍ୟ ସମବାୟ ପ୍ରକୋଷ୍ଠ ର ଶ୍ରୀରଞ୍ଜନ ମଙ୍ଗରାଜ,ଖୋରଧା ଜିଲ୍ଲା ଓକିଲ ସଂଘ ର ନବ ନିର୍ବାଚିତ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ, ଗୀତା ଗବେଷଣା କେନ୍ଦ୍ର ସଭାପତି ଶକ୍ତି ଶଙ୍କର ମିଶ୍ର,କାଉନସେଲର ଅମୀୟ ମହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁଭ୍ରାସୁଂ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ରକ୍ତ ଦାନ ଶିବିର ରେ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ରକ୍ତଦାନ ଶିବିର ରେ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ରକ୍ତଦାନ ଶିବିର ଚାଲିଥିବା ସମୟ ରେ ସେହିବାଟ ଦେଇ ରାସ୍ତା ରେ ଚାଲି, ଚାଲି ଯାଉଥିବା ସୁଦୂର ସୁନ୍ଦରଗଡ଼ ଜିଲ୍ଲା ର ଦୁଇଜଣ ଯୁବକ ରକ୍ତଦାନ ଶିବିର ର ବ୍ୟାନର କୁ ଦେଖି ରକ୍ତ ଦାନ ଏକ ମହତ ଦାନ ର ଉଦ୍ଦେଶ୍ୟ କୁ ଉପଲବ୍ଧି କରିପାରି ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରି ଥିଲେ l ସେହି ଦୁଇ ଜଣ ବ୍ୟକ୍ତି ହେଲେ ବିକାଶ ତିର୍କୀ ଓ ସୁନିଲ ମିଞ୍ଜ l ଯାହାକି ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇଥିଲା l ଏହି ରକ୍ତ ଦାନ ଶିବିର କୁ ସଙ୍ଘ ସଭାପତି ପ୍ରକାଶ ହାତୀ,ସ୍ଵେଚ୍ଛାସେବି ଏବଂ ଜଣେ ସଫଳ ସଂଗଠକ ଶୁଭକାନ୍ତ ମହାପାତ୍ର ସୁଚାରୁ ଭାବରେ ପରିଚାଳନା କରିଥିଲେ l ଅତିଥି ମାନେ ସଂଘ ର ଏଭଳି ମହତ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନ ରେ ସଂଘ ପକ୍ଷରୁ କରାଯିବାକୁ ଥିବା ଏହିପରି ଜନହିତକର କାର୍ଯ୍ୟକ୍ରମ ଗୁଡିକ ରେ ନିଜ କୁ ସାମିଲ କରିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ କୁ ସଂଘ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ l

You may have missed