ସରକାରୀ ଉଚ୍ଚ ବିଦ୍ୟାଳୟ, ମହିଳୋର ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ପାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା..
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ,ମହିଳୋରୁ ତା.୩୧.୦୩.୨୦୨୬ ରିଖରେ ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ପାଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଉକ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରୀତିପ୍ରଭା ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ରଥ , ମୁଖ୍ୟବକ୍ତା ଭାବରେ ପୂର୍ବତନ ଓଷ୍ଟା ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ବାରିକ, ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ବାଲୁଙ୍କେଶ୍ୱର ରଥ, ଶ୍ରୀମତୀ ସ୍ଵପ୍ନାମଞ୍ଜରି ଆଚାର୍ଯ୍ୟ,ଶ୍ରୀମତୀ ମନୋରମା ଦାଶ ଯୋଗଦେଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ କୋତିଆଁ କ୍ଲଷ୍ଟରର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଶ୍ରୀ ରଶ୍ମୀ ରଞ୍ଜନ ପାଳ ଜଣେ କର୍ତ୍ତବ୍ୟନିଷ୍ଠ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ମନୋରଞ୍ଜନ ଦାଶ ସଂଯୋଜନା କରିଥିବା ବେଳେ ଶିକ୍ଷକ ଶ୍ରୀ ଗଣେଶ ଚନ୍ଦ୍ର ସ୍ୱାଇଁ, ଅଭିଷେକ ମହାରଣା, ରାହୁଲରାଜ ମହନ୍ତ, ଶିକ୍ଷୟିତ୍ରୀ ଶଶିରେଖା ପଣ୍ଡା, ମଧୁଛନ୍ଦା ଆଚାର୍ଯ୍ୟ, ଅନୁଲିପ୍ତା ମିଶ୍ର, ପ୍ରଣତିକା ମହାନ୍ତି, ପ୍ରଜ୍ଞା ପରିମିତା ପରିଡ଼ା, ଲୋହିତା ଧାମେଲ, ବିଶ୍ୱଜିତ୍ ନାୟକ ଏବଂ ପରିଚାଳନା କମିଟିର ସଭ୍ୟାସଭ୍ୟ ସହଯୋଗ କରିଥିଲେ। ସଭା ଶେଷରେ ଶ୍ରୀ ପାଳଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
