ଦ୍ଵିତୀୟ ପିଏମଶ୍ରୀ ବାର୍ଷିକ ଦିବସ ପାଳିତ

ବେଗୁନିଆ, ତା ୧/୪: (ଉପାନ୍ତ ଖବର ମାନସ ରଞ୍ଜନ କର)ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ୨ୟ ପିଏମ ଶ୍ରୀ ବାର୍ଷିକ ଦିବସ ଏବଂ ୮୨ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁଙ୍କ ପୌରହିତ୍ଯରେ ହୋଇଥିବା ଉକ୍ତ ଉତ୍ସବରେ ବେଗୁନିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି, ବେଗୁନିଆ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡଙ୍ଗୀ ବିଶିଷ୍ଟ ଅତିଥି, ପ୍ରାକ୍ତନ ଶିକ୍ଷା ଅଧିକାରୀଡଃ ନିରଞ୍ଜନ ମହାନ୍ତି ମୁଖ୍ୟ ବକ୍ତା,ବିଶିଷ୍ଟ ପରିବେଶବିତ ଧନେଶ୍ଵର ବିଧାର ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରା, ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷା ପୁଷ୍ପଲତା ଜୟସିଂହ ଓ ଉପାଧ୍ଯକ୍ଷ ସର୍ବେଶ୍ଵର ସାହୁ, ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନର ସଭାପତି ମାୟାଧର ମାର୍ଥା ଓ ଉପସଭାପତି ଭବାନୀ ଶଙ୍କର ଜୟସିଂହ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ |ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |ବରିଷ୍ଠ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ |ଏହି ଅବସରରେ ବିଦ୍ୟାଳୟର ପତ୍ରିକା ‘ଦୀପ ଶିଖା ‘ ଉନ୍ମୋଚିତ ହୋଇଥିଲା ପ୍ରଧାନ ଶିକ୍ଷକ ଶ୍ରୀ ସ୍ଵାଇଁ ଙ୍କ ରଚନା ଏବଂ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ନିର୍ଦ୍ଦେଶନାରେ ପାରିବାରିକ ନାଟକ ‘ସାବତ କନ୍ୟାକୁ ଦଇବ ସାହା ‘ ମଞ୍ଚସ୍ଥ ହୋଇଥିଲା | ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ବିଦ୍ୟାର୍ଥୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ପରେ ସଚେତନ ତା ମୂଳକ ସମ୍ବଲପୁରୀ ନୃତ୍ୟ ଓ ଦଳୀୟ ନୃତ୍ୟ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ ସ୍ଵର୍ଗତ ଅନନ୍ତ ପ୍ରହରାଜଙ୍କର ସ୍ମୃତି ଉଦେଶ୍ୟରେ ବିଦ୍ୟାଳୟର ଫଣ୍ଡକୁ ତାଙ୍କର କନିଷ୍ଠପୁତ୍ର ପ୍ରଭାତ ପ୍ରହରାଜ ୧ଲକ୍ଷ ଟଙ୍କା ଦାନ କରିବେ ବୋଲି ମାୟାଧର ମାର୍ଥା ପ୍ରତିସ୍ମୃତି ଦେଇଥିଲେ
ସେମାନଙ୍କୁଶିକ୍ଷକ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ
