April 24, 2026
ajiro khabar
Share

 

 

୧-ଆଜି ଓଡ଼ିଶା ଦିବସ, ପ୍ରତୀକାତ୍ମକ ପ୍ରତିଷ୍ଠା ଦିବସ ପାଳିବ ଭାଷା ପ୍ରତିଷ୍ଠାନ, ଆଜିଠୁ ୧୪ ଯାଏଁ ଓଡିଆ ପକ୍ଷ ପାଳନ ହେବ।

 

୨-ଭୁବନେଶ୍ୱର:ଏପ୍ରିଲ ୪ରେ ସମସ୍ତ ବିଦ୍ୟାଳୟରେ ଆରମ୍ଭ ହେବ, ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ।

 

୩-ଶସ୍ତା ବେଳେ ବି ଆଳୁର କଳାବଜାରୀ, ୫ ଟଙ୍କାରେ କିଣି କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକୁଛନ୍ତି ବେପାରୀ।

 

୪-କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଓଡ଼ିଆ କବିତା ସଂକଳନ ‘ପାଦ ପୂରଣ’ ପାଇଁ ଗିରିଜା କୁମାର ବଳିୟାରସିଂହ ପୁରସ୍କୃତ।

 

୫-ଆବଶ୍ୟକତାଠାରୁ କମ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ ସ୍ଥଗିତ।

 

୬-ଭୁବନେଶ୍ୱର:ଏପ୍ରିଲ ୨ରୁ ପୁଣି ଗାଡ଼ି PUCC ଯାଞ୍ଚ, ଅନ୍ୟ କାଗଜପତ୍ର ବି ହେବ ଚେକିଂ।

 

୭-ସହରାଞ୍ଚଳର ୬.୭୭ ଲକ୍ଷ ପରିବାରକୁ ପାଇପ୍ ଯୋଗେ ମିଳୁଛି ପାନୀୟ ଜଳ; ଗୃହରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ।

 

୮-ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଛି,ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା।

 

୯-ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବାବୁଙ୍କ ଘରୁ ବାହାରିଲା ୨ଟ୍ରଙ୍କ ଭର୍ତ୍ତି ୫୦୦ଟଙ୍କିଆ ନୋଟ।।

 

୧୦-ମଣ୍ଡି ବନ୍ଦ ହେଲା, ଉଠିପାରିଲାନି ଧାନ; ବରଗଡ଼ର ୧୨୦୦ ଚାଷୀ ହତାଶ।

 

୧୧-ସିଏଜି ରିପୋର୍ଟ ପ୍ରକାଶ : ଓଡ଼ିଶା ଖଣି ନିଗମ ଲାଭରେ, କ୍ଷତିରେ ୮ଟି ସରକାରୀ ସଂସ୍ଥା।

 

୧୨-ଫୁଲବାଣୀ:ଗଞ୍ଜେଇ ମାଫିଆଙ୍କ ଉପରେ କନ୍ଧମାଳ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ,ଚାଲାଣ ପାଇଁ ପ୍ରସ୍ତୁତ ଥିବା ୪.୫ ଟନ ଗଞ୍ଜେଇ ଜବତ।

 

୧୩-ହାଇକୋର୍ଟ ନିକଟରେ ଅଗ୍ନିକାଣ୍ଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା, ଜଣେ ମହିଳା ପେଟ୍ରୋଲ ଧରି ଲଗାଇଛନ୍ତି ନିଆଁ।

 

୧୪-IPL:କୁପର କଲୋନିଙ୍କ ମ୍ୟାଚ୍ ବିଜୟୀ ଇନିଂସ, GTକୁ ୩ ଓ୍ଵିକେଟରେ ହରାଇଲା PBKS।

 

୧୫-IPL ଆଜି: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ Vs ଦିଲ୍ଲୀ କ୍ୟାପିଟାଲସ୍, ସ୍ଥାନ: ଲକ୍ଷ୍ନୌ

 

୧୬-ବିଜୁଙ୍କୁ ଅପମାନ, ସଂସଦରୁ ସଡ଼କ ବିରୋଧ; ନିଶିକାନ୍ତଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କଲା ଓଡ଼ିଶା।

 

୧୭-ଡିଜିସିଏର ନୂତନ ଅଧ୍ୟକ୍ଷ ହେଲେ ଓଡ଼ିଶା କ୍ୟାଡର ଆଇଏଏସ୍ ବୀର ବିକ୍ରମ ଯାଦବ।

 

୧୮-ବିହାରର ନାଳନ୍ଦା ଜିଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ; ୮ ମୃତ, ଅନେକ ଆହତ

 

୧୯-ଆପଲ, ଗୁଗଲ,ଟେସଲା ଭଳି ୧୮ ଆମେରିକା କମ୍ପାନୀ ଉପରେ ଏପ୍ରିଲ-୧ରୁ ଆଟାକ କରିବ ଇରାନ।

 

୨୦-୪,୭୦୦ ସୁରକ୍ଷା କର୍ମୀ ନିହତ, ୭୬୦ ସ୍କୁଲ ଏବଂ ୩୦୦ ସ୍ୱାସ୍ଥ୍ୟ କେନ୍ଦ୍ର ଧ୍ୱଂସ… ଯୁଦ୍ଧରେ ଇରାନର ସ୍ଥିତି ବେହାଲ୍ !

 

୨୧-ଟ୍ରମ୍ପଙ୍କୁ ବଡ଼ ଝଟକା, ସ୍ପେନ ପରେ ଏବେ ଇଟାଲୀ ଆମେରିକା ବିମାନକୁ ଓହ୍ଲାଇବାକୁ ଦେଲାନି।