June 20, 2026

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡ କ୍ରସ ତାଲିମ ଶିବିର ଉଦଘାଟିତ

IMG-20230301-WA0012
Share

 

(ଉମରକୋଟରୁ ଏମ୍ .ଦୀନା°ଶୁ ଆଚାରୀଙ୍କ ରିପୋର୍ଟ )

ଉମରକୋଟ ସ୍ଥିତ ନୋଡାଲ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ପଞ୍ଚମ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡ କ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ପ୍ରଥମେ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜଳନ କରି ଏହି ଶିବିରଟି ଉଦଘାଟନ କରାଯାଇଥିଲା।ଏହା ପରେ ପୂଜାରୀ ଭରାଣ୍ଡିର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପଟନାୟକଙ୍କ ତତ୍ୱବୋଧନରେ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ର ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ। ମୁଖ୍ୟ ବକ୍ତା ଭାବେ ପାପଡାହାଣ୍ଡି ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ଦାସ, ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର,ପୂର୍ବତନ ଜୁନିୟର ରେଡ଼କ୍ରୋସ ସମ୍ପାଦକ(ଆଇ ପି ଇ) ଶ୍ରୀ ବିଭାସ୍ ଦେ, ରେଡ୍ କ୍ରସ୍ ଅଧିକାରୀ ଶ୍ରୀ ନାରାୟଣ ପାଇକରାୟ, ଜିଲ୍ଲା ଜୁନିଅର ରେଡ଼କ୍ରୋସ ସମ୍ପାଦକ(ଆଇ ପି ଇ) ଶ୍ରୀ ପ୍ରଭାତ କୁମାର ପଟ୍ଟନାୟକ, ନୋଡାଲ ପ୍ରଧାନ ଶିକ୍ଷକ ଶ୍ରୀ ରିଚପାଲ ସାଗର ଓ ରାଇଘର ଗୋଷ୍ଟି ଶିକ୍ଷା ଅଧିକାରୀ ଇଶ୍ଵର ମାଝୀ, ଓ ନବରଙ୍ଗପୁର ଗୋଷ୍ଟି ଶିକ୍ଷା ଅଧିକାରୀ ରମେଶ ରାୟ, ଓସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସହ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ଓ ଅନ୍ୟଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମାନେ ମଞ୍ଚାସିନ ଥିଲେ।ଚଡ଼ାଇ ଗୁଡା ,ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସ୍ବାଗତ ଭାଷଣ ପ୍ରଦାନ କରି ଥିବା ବେଳେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଏହି ଉଦଘାଟନ ସଭାରେ ସଭାପତିତ୍ୱ ଏହି ସଭା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅତିଥି ମାନେ ଜୁନିଅର ରେଡ କ୍ରସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ଡକ୍ଟର ପ୍ରଦୀପ କୁମାର ମିଶ୍ର ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ। ଏହି ଶିବିରରେ ଜିଲ୍ଲାର ଚାରି ଶହ ରୁ ଊର୍ଦ୍ଧ୍ବ ଛାତ୍ର ଓ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ, ନୋଡାଲ ସଦାଶିବ ସୁକୁମାର ଉଚ୍ଚବିଦ୍ୟାଳୟ ର ଖେଳ ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି , ସଚିନ ସଦା ଗୋପନ ସାହୁ ପ୍ରଦୀପ ବିଶ୍ଵାସ ଅସିମ କୁମାର ବିଶ୍ଵାସ ,ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ,ସଙ୍ଗୀତାପାତ୍ର ସହ ଅନ୍ୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମସ୍ତେ ସହଯୋଗ କରିଥିଲେ।

You may have missed