April 28, 2026

୩୭ ତମ ପ୍ରାଦେଶିକ କ୍ରୀଡା ଉଦଯାପିତ

IMG-20260201-WA0044
Share

ଛତ୍ରପୁର(ଅରୁଣ କୁମାର ପଣ୍ଡା) ସ୍ଥାନୀୟ କ୍ରିଡଙ୍ଗନରେ ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରାଦେଶିକ କ୍ରୀଡାର ଉଦଯାପିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରଦିପ୍ତ କୁମାର ଓଝା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରବନ୍ଧକ ଛତ୍ରପୁର ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ।ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ରହି ଶିଶୁ ମାନଙ୍କୁ ଶୈକ୍ଷିକ ବିକାଶ ସହିତ କ୍ରୀଡା ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ସଂଗଠନ ମନ୍ତ୍ରୀ ତାରକ ଦାଶ ସରକାର ତାଙ୍କ ଉଦବୋଧନ ରେ ଶିଶୁ ମାନଙ୍କ ଶାରୀରିକ ଶିକ୍ଷାରେ ବିଦ୍ୟା ଭାରତୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥାଏ ବୋଲି କହିଥିଲେ।ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର କ୍ରୀଡାର ସଂଯୋଜନା କରିଥିଲେ ଓ ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ବଳରାମ ସାହୁ ପ୍ରାନ୍ତ ବୃତ୍ତ ପଠନ କରିଥିଲେ। ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଉପସଭାପତି ଶ୍ରୀମତୀ ଗୀତାପାଢୀ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସିମାଞ୍ଚଳ ପାତ୍ର, ସଂକୁଳ ପ୍ରମୁଖ ଡ ଜେ କୃର୍ମା ରାଓ, ଓକିଲ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଢିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ସ୍ୱାଗତ ଭାଷଣ ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଦେଇଥିଲେ। ସମ୍ଭାଗ ସଂପାଦକ ଶ୍ରୀଯୁକ୍ତ ଦୀପକ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ମାତୃ ଭାରତୀର ସମସ୍ତ ସଦସ୍ୟା,ଅଭିଭାବକ ଅଭିଭାବିକା ଓ ଗୁରୁଜୀ ଗୁରୁମା ମାନେ ସହଯୋଗ କରି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିଥିଲେ ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।