ଆଜିର ଖବର.
୧-ଯୁକ୍ତ ୨ ପିଲା ଓଡ଼ିଆରେ ପଢ଼ିବେ ବିଜ୍ଞାନ ପାଠ, ସନ୍ଦର୍ଭ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।
୨-ଯୁକ୍ତ ଦୁଇ ପରୀକ୍ଷା ପାଇଁ ହବ୍ ରେ କଡ଼ା ସୁରକ୍ଷା,ପ୍ରଶ୍ନ ପତ୍ର ଜଗିବ AI କ୍ୟାମେରା,୧୨ରୁ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନ ପତ୍ର ଯିବ।
୩-ଭୁବନେଶ୍ୱର:ତିନି ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି,ଏମାନେ ହେଉଛନ୍ତି ଶାଶ୍ବତ ମିଶ୍ର,ବିଶାଳ ଦେବ ଓ ଉଷା ପାଢୀ,ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ।
୪-ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ବନ୍ଦ ରହିବ।
୫-ଭୁବନେଶ୍ୱର:ଡାଏଲ୍ ୧୧୨, ଗୋଟିଏ ମିନିଟରେ ସ୍ପଟରେ ପହଚିବ ଓଡ଼ିଶା ଫାୟାର ସର୍ଭିସ।
୬-ଭୁବନେଶ୍ୱର:୧୦ ବିଭାଗର ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର, ୧୭ ହଜାର ୨୫୦ କୋଟି ଟଙ୍କା ହେବ ନିବେଶ।
୭-ପୁରୀ ସମୁଦ୍ରରେ ଅଘଟଣ, ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’ ପୁଅଙ୍କ ଜୀବନ।
୮-ସପ୍ତମ ଦିନରେ ଖଣ୍ଡଗିରି ମେଳା,ଆଜି ଅଗ୍ନି ଉତ୍ସବ, ମେଳାରେ ପଡ଼ିବ ଯବନିକା।
୯-ରେମୁଣା ଉଚ୍ଚ ବିଦ୍ୟାଳୟ:ନବମ ଶ୍ରେଣୀ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର, ଆହତ ଛାତ୍ର ମେଡ଼ିକାଲରେ ଭର୍ତ୍ତି।
୧୦-ଫେବ୍ରୁଆରି ୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି,
ସଜେଇ ହେଲାଣି ପୁରୀ ଲୋକଭବନ,ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଯାଜପୁର । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।
୧୧-ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ ପଶୁସମ୍ପଦ କର୍ମଚାରୀ, କୁକୁଡ଼ା ଚାଷ ସ୍କିମ ସବସିଡ଼ି ପାଇଁ ନେଉଥିଲେ ଲାଞ୍ଚ।
୧୨-ବ୍ରହ୍ମପୁର:୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ।
୧୩-ଭଞ୍ଜନଗର: ଦିନରେ ଫେରି, ରାତିରେ ଚୋରି, ପୁଲିସ୍ କବଜାରେ ୨୧ଟିକିଆ ପଶ୍ଚିମବଙ୍ଗର ଚୋର ଦଳ।
୧୪-ବିଷମ କଟକ,ବାରିଗୁଡା:ନଳୀନି ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଅସୁସ୍ଥ।
୧୫-ଯେତେଦିନ ନବୀନ ବାବୁ ଅଛନ୍ତି, ଦ୍ୱିତୀୟ ନେତୃତ୍ୱର ପ୍ରଶ୍ନ ଉଠୁ ନାହିଁ: କଳିକେଶ।
୧୬-ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ : ୱିଙ୍ଗୋ ଆପ୍ ଉପରେ ରୋକ ଲଗାଇଲେ ସରକାର।
୧୭-ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ଅଜିତ ପାୱାର।
୧୮-ଆଜିଠୁ ବଡ଼ ପରିବର୍ତ୍ତନ…ପାନ ମସଲା ଓ ସିଗାରେଟ୍ ସଉକ ହେବ ମହଙ୍ଗା,ନୂତନ ଟିକସ ଲାଗୁ କରାଯିବ।
୧୯-ଆଗେଇ ଚାଲିଛି ଅଷ୍ଟମ ବେତନ ଆୟୋଗର କାମ, ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ସରପ୍ରାଇଜ !
୨୦-ଟି-୨୦ ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା, ବାଦ୍ ପଡିଲେ ପାଟ୍ କମିନ୍ସ।
୨୧-ମେଲବୋର୍ଣ୍ଣ,ଅଷ୍ଟ୍ରେଲିଆ ଓପନ୍: କାଜାଖସ୍ତାନର ଏଲିନା ରିବାକିନା ମହିଳା ସିଙ୍ଗିଲସ୍ ଚମ୍ପିୟାନ।
୨୨-କେନ୍ଦ୍ରିୟ ବଜେଟ୍ ୨୦୨୬: ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ରିୟଲ୍ ଇଷ୍ଟେଟ୍ରେ ବଡ଼ ପରିବର୍ତ୍ତନ ଆଶା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
