October 30, 2026

ପିଏମ୍‌-କିଷାନର ୨୪ତମ କିସ୍ତି ଜାରି, ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ରାଜ୍ୟର ଚାଷୀଙ୍କ ଖାତାକୁ ଗଲା ୭୦୦ କୋଟିରୁ ଅଧିକ ଟଙ୍କା

IMG-20261030-WA0094
Share

 

 

ଭୁବନେଶ୍ୱର, ୩୦/୧୦: ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ୨୪ତମ କିସ୍ତି ଜାରି କରାଯାଇଛି। ଗୁଜରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ପଠାଇଛନ୍ତି।

 

ଏହି କିସ୍ତି ଜରିଆରେ ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଥିବାବେଳେ ସେମାନଙ୍କ ଖାତାକୁ ୭୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି।

 

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚାଷୀମାନେ ଦେଶର ଅର୍ଥନୀତି ଓ ବିକାଶର ଏକ ପ୍ରମୁଖ ସ୍ତମ୍ଭ। ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସରକାରଙ୍କ ପ୍ରାଥମିକତା। କୃଷକଙ୍କ ଆୟକୁ ସହାୟତା ଦେବା ସହ କୃଷି କ୍ଷେତ୍ରର ବିକାଶକୁ ଆଗକୁ ବଢ଼ାଇବା ଦିଗରେ ପିଏମ୍‌-କିଷାନ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

 

ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ଆର୍ଥିକ ସହାୟତା ସିଧାସଳଖ ବ୍ୟାଙ୍କ ଖାତାରେ ମିଳୁଥିବାରୁ ଚାଷ କାର୍ଯ୍ୟରେ ଆବଶ୍ୟକ ଖର୍ଚ୍ଚ ଭରଣା କରିବାରେ ସେମାନଙ୍କୁ ସହାୟତା ମିଳୁଛି। ଓଡ଼ିଶାର ୩୫ ଲକ୍ଷରୁ ଅଧିକ ଚାଷୀଙ୍କ ପାଇଁ ଏହି ଅର୍ଥ ସହାୟତା ଚାଷକାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।