ତହସିଲଦାର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅତିରିକ୍ତ ତହସିଲଦାର ପର୍ଶୁରାମ ଭତରା l

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ କାର୍ଯାଳୟ ଠାରେ ମଙ୍ଗଳବାର ତହସିଲଦାର ଭାବରେ ଦାଇତ୍ୱ ଗ୍ରହଣ କରିଛନ୍ତି ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଭତରା l ସୂଚନା ଅନୁଯାଇ ଏକ ବର୍ଷ ରୁ ଉର୍ଦ୍ଧ ଦିନ ହେବ ତହସିଲ କାର୍ଯା ଳୟ ଦଲାଲ ଯୁକ୍ତ ହୋଇଯାଇଛି କର୍ମଚାରୀ ମାନେ ବହୁ ଚାପରେ ରହି କାମ କରୁଛନ୍ତି. ରେଜିଷ୍ଟ୍ରସନ ରେ ବହୁ ଅନିୟମିତତା .ବନ୍ୟା କ୍ଷୟକ୍ଷତି ଆକଳନ ରେ ବିଳମ୍ବ.ତହସିଲ କାର୍ଯା ଳୟ ରେ ଥିବା ସରକାରୀ ଗାଡ଼ି ପ୍ରତିଦିନ ତହସିଲଦାର ବ୍ୟକ୍ତି ଗତକାମରେ ଏନଏମଡିସି (ଛତିଶଗଡ )ବାସଭଵନ ରୁ ନେବା ଆଣିବା କରିବା ଇତ୍ୟାଦି କୁ ନେଇ ଜନ ସାଧାରଣ ରେ ଅସନ୍ତୋଷ ଲାଗି ରହିଥିଲା. କାର୍ଯାଳୟ କାମ ରେ ବାଧାପ୍ରାପ୍ତ ହେଥିବାର ଅଞ୍ଚଳ ବାସି ମୁଖ୍ୟ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଙ୍କ ଗସ୍ତ ବେଳେ ଅଭିଯୋଗ କରିଥିବା ଜଣାଯାଇଛି .ଶୁକ୍ରବାର 16.10.26ଜ଼ିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା 3325ଅନୁଯାଇ କୋଟପାଡ଼ ତହସିଲଦାରଶ୍ରୀମତୀ ଟ୍ୱିଙ୍କିଲସେଠି ଙ୍କୁ ଡେପୁଟେସନ ହୋଇଥିବା ଖବର ପ୍ରଚାର ହବା ପରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି. କୋରାପୁଟ ଜ଼ିଲ୍ଲା ପାଳ ଙ୍କୁ ଅଞ୍ଚଳ ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି.ଏଥର ଦଲାଲ ମୁକ୍ତ ତହସିଲ କାର୍ଯା ଳୟ ହେବବୋଲି ଆଶା ବାନ୍ଧି ଛନ୍ତି ଅଞ୍ଚଳ ବାସି. ଆଗାମୀ ଦିନ ରେ କୋଟପାଡ଼ ତହସିଲଦାର ଶ୍ରୀମତୀ ସେଠୀଙ୍କ ବଦଳି ନ ହେଲେ ଜ଼ିଲ୍ଲା ପାଳ ଓ ରାଜସ୍ୱ ମନ୍ତ୍ରୀ ଙ୍କ ସମେତ ରିଲିଫ କମିଶନର ଙ୍କ ଦ୍ୱାରସ୍ତ ହେବୁ ବୋଲି ସୁନ୍ଦରଲାଲ ବିଶୋଇ. ରଞ୍ଜିତ କୁମାର ପଟ୍ଟନାୟକ ପୂର୍ବତନ କାଉନସିଲର ନରେନ୍ଦ୍ର ମାଝୀ. ଗଙ୍ଗାଧର ନାୟକ ଙ୍କ ସମେତ ଚାନ୍ଦିଲି. ବିକ୍ରମ ପୁ୍ର. ଗୁଆଳି ଅଞ୍ଚଳ ର ଅଞ୍ଚଳ ବାସି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିବା ସହ କାର୍ଯା ଳୟ ର ସି ସି ଟି ଭି ଫୁଟେଜ ଯାଞ୍ଚ କରିବା ସହ ସରକାରୀ ଗାଡି 2025ଜୁନ ମାସ ଠାରୁ ଆଜି ପର୍ଯ୍ୟନ୍ତକେତେ କି.ମି ବୁଲିଛି ସମସ୍ତ କାଗଜ ପତ୍ର ଲକ ବୁକ ଇତ୍ୟାଦି ର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଥିବାର ଜଣାଯାଇଛି.ଏ ନେଇ ଶ୍ରୀ ଭତରା ଙ୍କୁ ଯୋଗାଯୋଗ କରିବାରୁ ସମସ୍ତ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l
