October 28, 2026

ଉମରକୋଟ ଠାରେ ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ଓ ଅରାଜକତା ହଟାଓ କାର୍ଯ୍ୟକ୍ରମ ଆରମ୍ଭ……

IMG-20261027-WA0020
Share

 

 

ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ଭୋଟର ତାଲିକାରେ ସ୍ବଚ୍ଛ ଓ ତ୍ରୁଟି ପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି କରିବା ପାଇଁ ନିର୍ବାଚନ କମିଶନ ଲୋକ ପ୍ରତିନିଧି ଆଇନ ୧୯୫୦ ଓ ଧାରା ୨୧ ର ୩ ଅନୁଯାୟୀ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏଥିପାଇଁ ବିରୋଧୀ ଦଳ ଜାଣି ଶୁଣି ଦେଶ ର ଲୋକଙ୍କୁ ଭ୍ରମିତ ଓ ଅପ ପ୍ରଚାର କରି ଚାଲୁଛି ଏହାକୁ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଥି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରାଯିବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ସାର (SIR) ମାଧ୍ୟମରେ ନିର୍ବାଚନ କମିଶନ ଯେଉଁ ପଦକ୍ଷେପ ନେଉଛନ୍ତି ଏହା ଦ୍ୱାରା ଭୋଟରଙ୍କ ଏକାଧିକ ସ୍ଥାନ ରେ ନା ଥିଲେ କଟିଯିବ, ମୃତ ବ୍ୟକ୍ତିଙ୍କ ନ। ମଧ୍ୟ ଭୋଟର ଲିଷ୍ଟରୁ କଟିଯିବା ସହ ଅନୁପ୍ରବେଶ କାରୀ ମାନେ ଚିହ୍ନଟ ହେଇ ଭୋଟର ତାଲିକାରୁ ବାଦ୍ ପଡୁ ଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଦୀର୍ଘ ବର୍ଷ ଧରି ଶାସନ ରୁ ଦୂରେଇ ଯିବ। ଫଳରେ ବିରୋଧୀ ଦଳ ଔଷଧ ବିକଳରେ ତାଟିଆ କାମୁଡିବା ପରି ହେଉଛନ୍ତି। ଏଥି ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଦଳ ଆଗାମୀ ଦିନରେ ବିଶାଳ ପଦଯାତ୍ରା ଓ ସମାବେଶ, ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରିବା ସହ ଯୁବକ ମ।ନଙ୍କ ନିକଟକୁ ଯିବ ଓ ସେମାନଙ୍କ ନିକଟରେ ସମସ୍ତ ତଥ୍ୟ ପ୍ରଦାନ କରି ଯୁବ ସମାଜକୁ ଭ୍ରମ ଦୂର କରିବ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏହା ସଜବାଜ କି ବୋଲି ପ୍ରଶ୍ନ କରାଯିବାରୁ ମନ୍ତ୍ରୀ ଏହାକୁ ଖଣ୍ଡନ କରିବା ସହ ବିଜେପି ନିର୍ବାଚନ କୁ ଦୃଷ୍ଟିରେ ରଖି କୌଣସି କାର୍ଯ୍ୟକ୍ରମ କରେନି ବର୍ଷ ତମାମ ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ଜାରି ରଖି ଥାଏ ବୋଲି କହିଥିଲେ। ୧୯୭୫ ମସିହାରେ ଜାତୀୟ ଜରୁରୀ କାଳୀନ ଲାଗୁ କରି ଗଣତନ୍ତ୍ର କୁ ହତ୍ୟା କରିଥିଲେ ସେହି ଦଳ ଆଜି ନିର୍ବାଚନ କମିଶନ ଏକ ତ୍ରୁଟି ପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି କରୁଥିବା ବେଳେ ଏହି ସମୟରେ କଂଗ୍ରେସ ଦଳ ଦେଶରେ ଭ୍ରମିତ ଓ ଅପପ୍ରଚାର କରୁଛି ଏହାକୁ ଆଗାମୀ ଦିନରେ କଡ଼ା ଜବାବ ଦିଅ। ଯିବ ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ସାଂସଦ ଇଞ୍ଜିନିୟର ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, ଯୁବ ନେତା ସୁରେଶ କୁମାର ଆଚାର୍ଯ୍ୟ, ଗୋବିନ୍ଦ ଜୈନ ପୂର୍ବତନ ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ ଓ ନବରଙ୍ଗପୁର ଜିଲ୍ଲା ଏସଟି ମୋର୍ଚ୍ଚା ର ସଭାପତି ବିରେନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ରମରେ ଉମରକୋଟ ସ୍ଥିତ ଏସ ଏସ ଇଣ୍ଟରନେସନ।ଲ ହୋଟେଲରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା। ସହର ର ୧୫୦ ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ନବରଙ୍ଗପୁରର ଡକ୍ଟର ତଥା ସଂଘ୍ ପରିବାରର ବରିଷ୍ଠ ସଭ୍ୟ ହିମାଂଶୁ ମିଶ୍ର ବର୍ତ୍ତମାନ ପରିସ୍ଥିତିରେ ଯୁବ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିବା ବେଳେ ବରିଷ୍ଠ ଶିକ୍ଷକ ଡକ୍ଟର ପ୍ରଦୀପ ମିଶ୍ର ସାର ଉପରେ ସାର କୁ ନେଇ ଯେଉଁ ରହିଥିବା ଭ୍ରମ ଧାରଣାକୁ ଦୂର କରିଥିଲେ। ପ୍ରଧାନ ଶିକ୍ଷକ ଏମ.ହିମାଂଶୁ ଆଚାରୀ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଇଞ୍ଜିନିୟର ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଜିଲ୍ଲା ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ , ନଗର ସଭାପତି ସନ୍ତୋଷ ଶର୍ମା ଓ ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।