October 26, 2026

ପାଇକମାଳରେ ପଞ୍ଚାୟତସ୍ତରୀୟ କୃଷକ ବୈଠକ: ମରୁଡ଼ି ଆଶଙ୍କା, କେନାଲ ପାଣି ଓ ଅସ୍ୱାଭାବିକ ବିଦ୍ୟୁତ୍ ବିଲ୍‌କୁ ନେଇ ଅସନ୍ତୋଷ

IMG-20261025-WA0047
Share

 

 

ବରଗଡ଼,

 

: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପାଠାରେ ଡୋଲମଣୀ ମାହାରଙ୍କ ନେତୃତ୍ୱରେ ପଞ୍ଚାୟତସ୍ତରୀୟ କୃଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଛି। ବର୍ଷା ଅଭାବରୁ ଧାନ ଫସଲ ମରିବା ଆଶଙ୍କା, ଖଣ୍ଡିଝରନ ଡ୍ୟାମରୁ କେନାଲ ପାଣି ଅଭାବ ଓ ଅହେତୁକ ବିଦ୍ୟୁତ୍ ବିଲ୍‌କୁ ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାଣ୍ଡିଆଢିପା ବ୍ୟାରେଜ୍‌ର କାର୍ଯ୍ୟ ତୁରନ୍ତ କରିବାକୁ ଦାବି ହୋଇଛି।

 

ବୋରୱେଲ୍‌ ବିଦ୍ୟୁତ୍ ବିଲ୍‌କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚନ୍ଦ୍ର ଭୁଏଙ୍କ ଗୋଟିଏ ମାସର ବିଲ୍‌ ୨୧ ହଜାର ଏବଂ ସାଧୁରାମ ସାହୁଙ୍କ ବିଲ୍‌ ୪୮,୦୦୬ ଟଙ୍କା ଆସିଥିବା ଅଭିଯୋଗ ହୋଇଛି। ଟୁନା ବାରିକ, ଅମୃତଲାଲ ସାହୁଙ୍କ ସମେତ ଅନେକ ଚାଷୀଙ୍କ ବିଲ୍‌ ଅସ୍ୱାଭାବିକ ଆସିଥିବା କୁହାଯାଇଛି।

 

ବୈଠକରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଯୋଗଦେଇ ଏଗ୍ରିଷ୍ଟାକ୍‌ ଓ ଧାନ ବିକ୍ରି ମଧ୍ୟରେ ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଏବଂ ସାଟେଲାଇଟ୍‌ ସର୍ଭେ ସମୟରେ ପ୍ରକୃତ ଚାଷୀଙ୍କ ଜମି ଠିକ୍‌ ଭାବେ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ।

 

ଏହି ଅବସରରେ ସୁବାସ ସାମନ୍ତରାୟ, କୈଳାଶ ବାରିକ, ଲିଙ୍ଗରାଜ ପଧାନ, ରବିନାରାୟଣ ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ଶେଷରେ କୃଷକଙ୍କ ହକ୍‌ ପାଇଁ ପଞ୍ଚାୟତସ୍ତରୀୟ କୃଷକ କମିଟି ଗଠନ କରାଯାଇଛି।

You may have missed