October 25, 2026

ଭଟ୍ଟଗାଁ ରେ ମଣ୍ଡପ ଆଲୋକିକରଣ ଓ ନଳକୂପ ଉଦଘାଟନ

IMG-20261024-WA0038
Share

ତିର୍ତ୍ତୋଲ ତା 24/10/2026 ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ଅଧିନ ଭଟ୍ଟଗାଁ ସ୍ଥିତ ବହୁପୁରାତନ ରାମଲୀଳା ମଣ୍ଡପ ର ଚତୁଃପାର୍ଶ୍ଵ ଅନ୍ଧକାରମୟ ହୋଇ ରହିଆସୁଥିଲା ବେଳେ, ଗୋବିନ୍ଦପୁର ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ପ୍ରଚେଷ୍ଟାରେ ଓ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଶାରଦୀୟପାର୍ବଣ ପୂଜା ଅବସରରେ ଏଠାରେ ଉଜ୍ଜଳ ଆଲୋକିକରଣ ସହିତ ଏହାର ପାର୍ଶ୍ଵରେ ଥିବା ଶ୍ରୀ ଶ୍ରୀ ପତିତପାବନ ଜୀଉ ଙ୍କ ମନ୍ଦିର ପରିସରରେ ଏକ ନଳକୂପ ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନିତ୍ୟପୂଜକ ନବଘନ କର ପୂଜାର୍ଚ୍ଚନା କରିଥିବା ବେଳେ ସନ୍ତୋଷ କୁମାର ଖୁଣ୍ଟିଆ, ସୁବାସ ଚନ୍ଦ୍ର ଖୁଣ୍ଟିଆ, ସରୋଜ କୁମାର ଦାସ, ବାବୁଲି ଛାଟୋଇ, ଅଭିଷେକ ଖୁଣ୍ଟିଆ, ନିମାଇଁ ବିଶ୍ୱାଳ, ଜିତେଶ ଛାଟୋଇ, ଶୁଶାନ୍ତ ରାଉତ, ଭାବଗ୍ରାହୀ ଖୁଣ୍ଟିଆ, ଅମୁଲ୍ୟ ନାୟକ, ନୃସିଂହ ଖୁଣ୍ଟିଆ, ପବିତ୍ର ନାୟକ ଓ ପ୍ରସନ୍ନ ମଲ୍ଲିକ ସମେତ ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର