ସରକାରୀ ଉଚ୍ଚ ବିଦ୍ୟାଳୟ ତଳକୁସୁମାରେ ‘ସାଧନାକେନ୍ଦ୍ର ସ୍ତରୀୟ ସୁରଭି-୨୦୨୬’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ
ଗୋବିନ୍ଦପୁର (ସୋମ୍ୟ ରଞ୍ଜନ ସାହୁ): ସରକାରୀ ଉଚ୍ଚ ବିଦ୍ୟାଳୟ ତଳକୁସୁମା ଗୋବିନ୍ଦପୁର ପରିସରରେ ଗତକାଲି (ଅକ୍ଟୋବର ୧୭, ୨୦୨୬) ସରକାରୀ ସ୍ତରରେ ‘ସାଧନାକେନ୍ଦ୍ର ସ୍ତରୀୟ ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ଉତ୍ସାହର ସହ ଅଂଶଗ୍ରହଣ କରିଥିବାବେଳେ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଉଦଘାଟନୀ ପର୍ବ:ଦିବସର ପ୍ରଥମାର୍ଦ୍ଧରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତା ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ଦଶମ ଶ୍ରେଣୀର ଛାତ୍ରୀ ଶ୍ରାବଣୀ ଗ୍ରହଚାର୍ଯ୍ୟଙ୍କ ଦ୍ୱାରା ଏକ ସୁନ୍ଦର ‘ଜଗନ୍ନାଥ ବନ୍ଦନା’ ଗାନ କରାଯାଇ ପରିବେଶକୁ ଭକ୍ତିମୟ କରିଦିଆଯାଇଥିଲା।ଏହି ଅବସରରେ ମାନ୍ୟଗଣ୍ୟ ଅତିଥି ଭାବରେ ଓସ୍ତା ସଭାପତି ଶ୍ରୀ ଅଶୋକ କୁମାର ପରିଡା, ଶ୍ରୀ ଗୋପବନ୍ଧୁ ମିଶ୍ର, ଶ୍ରୀ ରାଜା ମହାରାଜ, ଏବଂ ଶ୍ରୀମତୀ ମମତା ଭୂୟାଁ ଯୋଗ ଦେଇଥିଲେ। ସେହିପରି ସାଧନା କର୍ମୀ ଶ୍ରୀ ଦୀପକ କୁମାର ଜେନା, ଶ୍ରୀ ଶୁବେନ୍ଦୁ ମହାନ୍ତି, ଶ୍ରୀ ହରିହର ଭୂୟାଁ, ଶ୍ରୀ ପ୍ରମେୟ ପରିଡା, ଶ୍ରୀ ସୁଜିତ ପୃଷ୍ଟି, ଶ୍ରୀମତୀ ଦୀପ୍ତି ମୟୀ ରଣା, ଶ୍ରୀମତୀ ସ୍ମୃତି ରେଖା ବେଉରା, ଶ୍ରୀମତୀ ମନ୍ଦାକିନୀ ପଣ୍ଡା, ଏବଂ ଶ୍ରୀମତୀ ସୁଭାଶିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ:ସରକାରୀ ସ୍ତରରେ ଆୟୋଜିତ ଏହି ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ନୃତ୍ୟ, ଏବଂ ସଙ୍ଗୀତ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଉଦଯାପନୀ ପର୍ବ:ଦିବସର ଶେଷ ଭାଗରେ ଉଦଯାପନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କୁଦାନଗରୀ ଥାନାର ଥାନା ଅଧିକାରୀ ଶ୍ରୀ ଜଗନ୍ନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ର ଉପାଧ୍ୟାୟ, ଶ୍ରୀ ମନୋରଞ୍ଜନ ପଟନାୟକ, ଓଷ୍ଟାର ସମ୍ପାଦକ ଶ୍ରୀ ମଳୟ ପାଣି, ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରଫୁଲ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଶ୍ରୀ ମିର ସମସୁଲ ହକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ବିପିନ କୁମାର ଦାସ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସରକାରୀ ସ୍ତରର ଏଭଳି ପ୍ରୟାସ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗରଦପୁର ରୁ ସୋମ୍ୟ ରଞ୍ଜନ ସାହୁ ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର।
