ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ
ସମସ୍ତ ଆସନରେ ବିଜୟୀ ହେଲେ ଏବିଭିପି ସମର୍ଥିତ ପ୍ରାର୍ଥୀ, ବିଧାୟକ ସନତ ଗଡ଼ତିଆଙ୍କୁ କଲେ ସାକ୍ଷାତ
ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଚଳିତ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ମହାବିଦ୍ୟାଳୟର ସମସ୍ତ ଆସନରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇ ସଂଗଠନର ଦୃଢ଼ ସ୍ଥିତିକୁ ପ୍ରମାଣିତ କରିଛନ୍ତି। ଏହି ସଫଳତାକୁ ନେଇ ଛାତ୍ରଛାତ୍ରୀ ଓ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ନିର୍ବାଚନରେ ପୁନମ ନାଏକ ସଭାପତି, ବିଜୟ ସାହୁ ଉପସଭାପତି, ଆୟୁଷ ଚନ୍ଦ୍ର ରଥ ସାଧାରଣ ସମ୍ପାଦକ ଏବଂ ରିଙ୍କି ମଲ୍ଲିକ ସାଂସ୍କୃତିକ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ଏହା ସହ ସରୋଜ ମହାନନ୍ଦ ମଧ୍ୟ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ବିଜୟ ପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତିଆଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଛାତ୍ର ପ୍ରତିନିଧିମାନେ ନିର୍ବାଚନରେ ନିଜ ସଫଳତାକୁ ନେଇ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶର ଉନ୍ନତି, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ ସେମାନଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ଦିଗରେ ନବନିର୍ବାଚିତ ପ୍ରତିନିଧିମାନେ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକାଶ ପାଇଛି। ଏହି ବିଜୟ ମହାବିଦ୍ୟାଳୟରେ ଏବିଭିପିର ସାଂଗଠନିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ଛାତ୍ର ସମସ୍ୟାଗୁଡ଼ିକୁ ନେଇ ସଂଗଠନର କାର୍ଯ୍ୟକ୍ରମକୁ ନୂତନ ଦିଗ ଦେବ ବୋଲି ଆଶା କରାଯାଉଛି। ଏହି ଅବସରରେ ମାନ୍ୟବର ବିଧାୟକ ସନତ କୁମାର ଗଡତିଆ ସମସ୍ତଙ୍କୁ ବିଜୟୀ ଅଭିନନ୍ଦନ ଜଣାଇଥିଲେ l
