ମା ସାରଳା ଙ୍କ ଆଶୀର୍ବାଦ ଲାଭ ପାଇଁ ଛାତ୍ରସଂସଦ ନିର୍ବାଚନ ର ବିଜୟୀ ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ଭିଡ଼
=ତିର୍ତ୍ତୋଲ ତା 15/10/2026 ଗତ ଗୁରୁବାରଦିନ ଜଗତସିଂହପୁରଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ହୋଇଥିବା ଛାତ୍ରସଂସଦ ନିର୍ବାଚନ ର ପ୍ରତ୍ୟୁଷ ରୁ ନିର୍ବାଚନରେ ପ୍ରାର୍ଥୀ ପାର୍ଥୀନୀ ନିଜନିଜର ସମର୍ଥକ ମାନଙ୍କ ଗ୍ରହଣ ରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି, ମାଆଙ୍କ କୃପାଭିକ୍ଷା କରି ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଥିଲେ l ପୁନଶ୍ଚ ବିଜୟଲାଭ କରିବାପରେ ସହସ୍ରାଧିକ ଛାତ୍ରଛାତ୍ରୀ ଶୋଭାଯାତ୍ରା ରେ ଆସି ଏଠାରେ ପହଞ୍ଚିବା ପରେ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଫେରିଯାଇଥିଲେ l କିଛିସମୟ ପାଇଁ ଶୋଭାଯାତ୍ରା ରେ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ କରିବାପାଇଁ ତିର୍ତ୍ତୋଲ ପୋଲିସ କୁ ନାକେଦମ ହେବାକୁ ପଡିଥିଲା l ତେବେ ପୋଲିସ ଓ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ କଲେଜକ୍ୟାମ୍ପସ ରେ କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିନଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
