ବୋଲଗଡ଼ରେ ଓସେପା ଉପ-ନିର୍ଦ୍ଦେଶିକାଙ୍କ ବିଦ୍ୟାଳୟ ପରିଦର୍ଶନ
ବୋଲଗଡ଼ (ଉପାନ୍ତ ଖବର ମାନସ ରଞ୍ଜନ କର)ତା ୧୫/୧୦ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଉପ-ନିର୍ଦ୍ଦେଶିକା
ଇତିଶ୍ରୀ ନାୟକ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକର ପି.ଏମ୍.ଶ୍ରୀ ବାମନ ଉଚ୍ଚ ବିଦ୍ୟାଳୟ, ବୋଲଗଡ଼ ଓ ପି.ଏମ.ଶ୍ରୀ ବାଙ୍କୋଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଉଭୟ ବିଦ୍ୟାଳୟର ଇ-ଲାଇବ୍ରେରୀ, ଶ୍ରେଣୀ ଗୃହ, ବିଜ୍ଞାନାଗାର, ପାକଶାଳା ଉଦ୍ୟାନ , ଔଷଧୀୟ ଉଦ୍ୟାନ, ଧନ୍ଦାମୂଳକ ଶିକ୍ଷା ପ୍ରକୋଷ୍ଠ ଇତ୍ୟାଦି ବୁଲି ଦେଖିଥିଲେ। ଏଥିସହିତ ଲେସନ ନୋଟ୍, ବିଭିନ୍ନ ଷ୍ଟକ ରେଜିଷ୍ଟର, ଲାଇବ୍ରେରୀ ପୁସ୍ତକ ବଣ୍ଟନ ରେଜିଷ୍ଟର ଆଦି ରେକର୍ଡ ପତ୍ର ଯାଞ୍ଚ କରିଥିଲେ। ବୋଲଗଡ଼ ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାନୁମା ପ୍ରଧାନ ଓ ବାଙ୍କୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ମିଶ୍ରଙ୍କୁ ବିଦ୍ୟାଳୟ ର ସମସ୍ୟା ପଚାରି ବୁଝିଥିଲେ। ଏହି ଅବସରରେ ବାଙ୍କୋଇ ଉଚ୍ଚ ବିଦ୍ୟାଳୟ ପରିସରରେ ସକ୍ଷମ କେନ୍ଦ୍ରରେ ଶାରୀରିକ ଅକ୍ଷମ ଛାତ୍ର ଛାତ୍ରୀଙ୍କୁ ସମ୍ବଳ ଶିକ୍ଷୟିତ୍ରୀ ନିରୂପମା ତ୍ରିପାଠୀ,ସମ୍ବଳ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଥେରାପି ସେମାନଙ୍କ ପିତା ମାତାଙ୍କ ଉପସ୍ଥିତିରେ ଦିଆଯାଇଥିଲା। ଶ୍ରୀମତୀ ନାୟକ ଏହାକୁ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ। ବାଙ୍କୋଇ ଉଚ୍ଚ ବିଦ୍ୟାଳୟ ଓ ସକ୍ଷମ କେନ୍ଦ୍ର ପରିଦର୍ଶନ ବେଳେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଉପସ୍ଥିତ ଥିଲେ। ଏହାପରେ ଶ୍ରୀମତୀ ନାୟକ ବେଗୁନିଆ ସ୍ଥିତ ପି.ଏମ୍.ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଓ ସିକୋ ସ୍ଥିତ ପି.ଏମ.ଶ୍ରୀ.ଚନ୍ଦ୍ରଶେ ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ବେଳେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅର୍ଣ୍ଣବ କୁମାର ବେଉରା ଓ ବରିଷ୍ଠ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଉପସ୍ଥିତ ଥିବା ବେଳେ ସିକୋ ସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବିଶ୍ୱଜିତ ପଲେଇ ଉପସ୍ଥିତ ଥିଲେ।
