ଗଜପତି:- ସଉତ ସାହିରେ ସାମୁଦାୟିକ ଗୋଷ୍ଠୀ କେନ୍ଦ୍ରର ନବୀକରଣ ଓ ଆସବାବପତ୍ର ପ୍ରଦାନ
ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡି) ପକ୍ଷରୁ ଲିନ୍ସି ଫାଉଣ୍ଡେସନ୍ର ସହଯୋଗରେ SLECI ଏସ:ଏଲ:ଇ:ସି:ଆଇ ପ୍ରକଳ୍ପ ଅଧୀନରେ ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତର ସଉତ ସାହିରେ ସାମୁଦାୟିକ ଗୋଷ୍ଠୀ କେନ୍ଦ୍ର ତଥା ଗ୍ରାମ ବିକାଶ କମିଟି (ଭିଡ଼ିସି) କାର୍ଯ୍ୟାଳୟର ନବୀକରଣ କରାଯାଇଛି।
ଗ୍ରାମବାସୀଙ୍କ ବୈଠକ ଓ ସାମୂହିକ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରକୁ ୨୫ଟି ଚେୟାର, ଆଲମିରା, ମସିଣା, ମାଇକ୍ ସହିତ ସ୍ପିକର, ଟେଲିଭିଜନ୍, ହ୍ୱାଇଟ୍ ବୋର୍ଡ ଓ ନୋଟିସ୍ ବୋର୍ଡ ପ୍ରଦାନ କରାଯାଇଛି। ଏହା ସହିତ ତିନୋଟି ପରିବାରକୁ ଘର ନବୀକରଣ ଓ ଶୌଚାଳୟ ନିର୍ମାଣ ପାଇଁ ପ୍ରତି ପରିବାରକୁ ୧,୦୦,୦୦୦ ଟଙ୍କା ହିସାବରେ ଆର୍ଥିକ ସହାୟତା ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୁମାରୀ କାର୍ଜୀ ଓ ସିସିଡି’ର ମୁଖ୍ୟ ତଥା ସଚିବ ଶ୍ରୀ ଏ. ଜଗନ୍ନାଥ ରାଜୁ ଅତିଥି ଭାବେ ଯୋଗ ଦେଇଥିଲେ। ବିଜୟ ପ୍ରଧାନ-ପ୍ରୋଗ୍ରାମ ମ୍ୟାନେଜର’, ଜୟଲକ୍ଷ୍ମୀ ବେହେରା, ମମତା ପାତ୍ର, ବି. ମାନସା ଓ ନିରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
———————————;——–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
—————————————–
