October 14, 2026

ଛାତ୍ର ରାଜନୀତିରେ ପୁରୀରେ ଛାତ୍ରକଂଗ୍ରେସ ର ପଳା ଭାରି

IMG-20261014-WA0103
Share

 

ଦୀର୍ଘ ଆଠ ବର୍ଷପରେ ପୁନର୍ବାର କଲେଜ ରାଜନୀତି କୁ ସ୍ୱୀକୃତି ମିଳିବାପରେ ଚଳିତ ବର୍ଷ ପୁନର୍ବାର ଛାତ୍ର ରାଜନୀତି ଅନୁଷ୍ଠିତ ହୋଇଛି l ଆଜି ପୁରୀଜିଲ୍ଲା ପୁରୀ ସହରର ବିଭିନ୍ନ କଲେଜରେ ହ୍ଵାଟ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ ଚାଲିଥିବା ବେଳେ ପୁରୀ ସହର ର ତିନୋଟି କଲେଜ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯଥା ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ସୁରଜ ମଲ ସାହା କଲେଜ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କିନ୍ତୁ ଏହି ହ୍ଵାଟ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗର କାର୍ଯ୍ୟକ୍ରମରେ ତିନୋଟି ଯାକ କଲେଜ ର ପ୍ରାର୍ଥୀମାନେ ବିରୋଧୀ ଦଳର ଛାତ୍ରନେତା ମାନଙ୍କୁ ପଛରେ ପକାଇ ନିଜନିଜର ବକ୍ତୃତା ମାଧ୍ୟମରେ ଆଧିପତ୍ୟ ଜାହିର ରଖିଛନ୍ତି l ଆସନ୍ତାକାଲି ଜଣାପଡିବ କାହାର କେତେ ଦମ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed