ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬
ବରପାଲି – (ସୁଦାମ ଦୀପ) ଆଜି ତା ୧୪. ୨୦. ୨୦୨୬ ଦିନ ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସରକାରଙ୍କ ଶିଶୁ ମହୋତ୍ସବ ସୁରଭି-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ଯ ନାରାୟଣ ମହାନନ୍ଦଙ୍କ ସଭାପତିତ୍ବରେ ତଥା ଶିକ୍ଷକ ଆନନ୍ଦ ବାରିକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏଥିରେ ମୂଖ୍ଯ ଅତିଥି ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ଯ ଶ୍ରୀଯୁକ୍ତ ଗୋବିନ୍ଦ ସାହୁ, ସ୍କୁଲର ଚେୟାରମେନ ଶ୍ରୀଯୁକ୍ତ ମୁକେଶ ବେହେରା, ସିଆରସିସି ମିଥୁନ ସାହୁ, ପୂର୍ବତନ ସରପଞ୍ଚ ତଥା ସାମ୍ବାଦିକ ଶ୍ରୀଯୁକ୍ତ ବ୍ରଜ କିଶୋର ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ନିଜ ବକ୍ତବ୍ଯରେ ସରକାରଙ୍କ ସୁରଭି କାର୍ଯ୍ୟକ୍ରମର ଶିଶୁ ମାନଙ୍କ ଭବିଷ୍ୟତ ତଥା ତାଙ୍କର କଳା ମାଧ୍ୟମରେ ଯେପରି ଆଗକୁ ଯାଇ ପାରିବେ ବକ୍ତବ୍ଯ ଦେଇଥିଲେ। ଶେଷରେ ଶିକ୍ଷକ ବଜରୁ ବାରିକ ଧନ୍ଯବାଦ ଦେଇଥିଲେ।ଏହି ସୁରଭି କାର୍ଯ୍ୟକ୍ରମରେ ବାଗବାଡି କ୍ଲଷ୍ଟରର ୯ ଟି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ତଥା ସ୍କୁଲର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ତାଙ୍କର କଳା ମାଧ୍ୟମରେ ଗୀତ,ଗୀତ ବକ୍ତବ୍ଯ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା।
