ଛାତ୍ରୀଙ୍କୁୂ ଯୌନ ନିର୍ଯ୍ୟାତନା ଦେଇଥିବା କଂଗ୍ରେସର ମଣିପୁର ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମଙ୍କ ପ୍ରସଙ୍ଗରେ କଂଗ୍ରେସର ନୀରବତାକୁ ବିରୋଧ

ରାହୁଲ ଗାନ୍ଧୀ ଓ ମଣିପୁର କଂଗ୍ରେସ ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶ ପୁତଳିକା ଦାହ କଲା ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା
ସମ୍ବଲପୁର ତା.୧୪/୧୦: ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ.ସି.ସି) ତାଙ୍କୁ ବହିଷ୍କାର କରିଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି କଂଗ୍ରେସର କେନ୍ଦ୍ରୀୟ ଏବଂ ଓଡ଼ିଶାର ନେତୃମଣ୍ଡଳୀ ଚୁପ ବସିଛନ୍ତି । ନାରୀ ସଶକ୍ତୀକରଣ କଥା କହୁଥିବା ରାହୁଲ ଗାନ୍ଧୀଙ୍କ ଏପରି ଦୋମୁହାଁ ନୀତି ବିରୋଧରେ ଆଜି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀ ଓ ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଏଥିସହ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ନାରାବାଜି କରାଯାଇଥିଲା ।
ଏହି ବିଷୟରେ କଂଗ୍ରେସ ନେତୃବୃନ୍ଦଙ୍କ ନୀରବତା ପ୍ରଫେସର ବିମଲ ଓ ନାରୀ ନିର୍ଯ୍ୟାତନା ପ୍ରତି କଂଗ୍ରେସ ଦଳ ର ସମର୍ଥନ ଅଛି ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସୁଷମା ସାହୁ କହିଛନ୍ତି। ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଆରତୀଲତା ବରାଡ଼, ସଂଯୁକ୍ତା ପ୍ରଧାନ, ଅମୂଲ୍ୟା ସାହୁ, ପ୍ରଭାସିନୀ ଦାଶ, ପୁଷ୍ପାଞ୍ଜଳି ଜେନା, ସରୋଜିନୀ ବନଛୋର, ଟିକି ପ୍ରଧାନ, ରୁନୁ ପ୍ରଧାନ, ସୁଜାତା ଗୁରୁ, ଭବାନୀ ଦୁଷର, ରିଙ୍କି ସାହୁ, ବିଜୟଲକ୍ଷ୍ମୀ ଜେନା, କବିତା ବାଗ, ସଞ୍ଜୁ ସାହୁ, ରିନା ତରିଆ, ନିଳେନ୍ଦ୍ରୀ ଭୋଇ, ବିଶ୍ୱ ବନ୍ଧ୍ୟା ବଢେଇ, ପଦ୍ମାଲୟା ବିଶ୍ୱାଳ, ପ୍ରଭାସିନୀ ବାରିକ ପ୍ରମୁଖ ସାମିଲ ଥିଲେ । ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ଉପସଭାପତି ସୁଶାନ୍ତ ପୁରୋହିତ, ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ, ହରବ୍ରତ ସେନାପତି, ଅଜିତ ବେହେରା, ସୌମିକ ବାବୁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
