October 14, 2026

ସାରଳା ମନ୍ଦିର ସମ୍ମୁଖସ୍ଥ ହାଇମାକ୍ସ ଲାଇଟ ଅଚଳ : ମରାମତି ପାଇଁ ଦାବୀ ..

IMG-20261013-WA0095
Share

ତା 13/10/2026 ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିର ସମ୍ମୁଖରେ, ପାରାଦ୍ୱୀପ ତୈଳବିଶୋଧନଗାର ତରଫରୁ କିଛିବର୍ଷ ପୂର୍ବରୁ ଏକ ହାଇମାକ୍ସ ଲାଇଟ ବସାଯାଇଥିଲା l ଏଥିରେ ଲାଗିଥିବା ଲାଇଟ ମଧ୍ୟରୁ ବେଳେବେଳେ କିଛି ଅଚଳହେବା ପରେ, ଅଏଲ ରିଫାଇନାରୀ ର ଅଭିଜ୍ଞ ଟେକିନିକାଲ ମାନେ ଆସି ତାହା ସଜାଡ଼ି ଦେଇଯାଆନ୍ତି l ମାତ୍ର ଦୀର୍ଘମାସମାସ ଧରି ସେଥିମଧ୍ୟରୁ ଚାରିଟି ଲାଇଟ ଅଚଳ ହୋଇଯାଇଛି l ଯାହାଫଳରେ, ସାରଳାଙ୍କ ସିଂହଦ୍ୱାର ସମ୍ମୁଖରେ ଉଜ୍ୱଳଆଲୋକ ସେବା ଠପ ହୋଇଯାଇଛି l ଆଉ ମାତ୍ର ଚାରିଦିନ ପରେ ମାଆଙ୍କର ଶାରଦୀୟ ପାର୍ବଣପୂଜାର ମହାଷ୍ଟମୀ ଯାତ୍ରା ରେ ପ୍ରବଳ ଜନସମାଗମ ହେବାକୁ ଯାଉଛି l ତେଣୁ ପାରାଦ୍ୱୀପ ଅଏଲ ରିଫାଇନାରୀ ର ବିଭାଗୀୟ ଉଚ୍ଚ କର୍ତ୍ତ୍ତୃପକ୍ଷ ତୁରନ୍ତ ଏହି ଅଚଳଥିବା ହାଇମାକ୍ସ ଲାଇଟ କୁ ସଚଳ କରାଇବା ପାଇଁ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସ୍ଥାନୀୟଅଞ୍ଚଳ ର ଅଧିବାସୀ ମାନେ ନିବେଦନ କରିଅଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed