October 15, 2026

ବୋହୂଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ ଅଭିଯୋଗ, ଆମପାଣି ପୋଲିସ ଗିରଫ କଲା ଶାଶୁ-ଶଶୁରଙ୍କୁ 

IMG-20261013-WA0064
Share

 

 

(ଧର୍ମଗଡ଼ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆଙ୍କ ରିପୋର୍ଟ “ଉପାନ୍ତ ଖବର”)

 

କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର ପଵିତ୍ର ଲହଜଳ ଙ୍କ ପୁଅ ଲକ୍ଷ୍ମଣ ଲହଜଳ ଗତ ୨୦୨୧ ମସିହାରେ କୋକସରା ବ୍ଲକ ଡ଼ହଗାଁ ଗ୍ରାମର ଶଙ୍କର ପ୍ରସାଦ ନାଏକ ଙ୍କ ଝିଅ ଗୀତାଞ୍ଜଳି କୁ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ଯୌତୁକ ନେଇ ବିବାହ ର କିଛିବର୍ଷ ପରେ ଶଶୁର ଓ ଶାଶୁ ବୋହୁ ଗୀତାଞ୍ଜଳି ଉପରେ ଅକଥନୀୟ ନିର୍ଯ୍ୟାତନା ଆରମ୍ଭ କରି ଦେଇଥିଲେ। ଏନେଇ ଗୀତାଞ୍ଜଳି ଅନେକ ସମୟରେ ନିଜ ବାପା ଙ୍କୁ ଶଶୁର ଓ ଶାଶୁ ଙ୍କ ନିର୍ଯାତନା ଓ ଗାଳିଗୁଲଜ କରୁଥିବା ନେଇ କହିଥିଲେ। ତେବେ ଗତ ଶନିବାର ଦିନ ସନ୍ଧ୍ୟାରେ ଏହି ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଥିଲା,ଶଶୁର ପବିତ୍ର ଲହଜଳ ବୋହୁ କୁ ଘରେ ଥିବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ବେଳେ ତାଙ୍କ ନଣନ୍ଦ ମାନେ ନିଆଁ ଲିଭାଇ ଗୁରୁତର ଅବସ୍ଥାରେ ଭାଉଜ ଗୀତାଞ୍ଜଳି କୁ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସରକାରୀ ମେଡ଼ିକାଲ ଓ ପରେ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣା ପରେ ଗୀତାଞ୍ଜଳି ଙ୍କ ବାପା ଶଙ୍କର ପ୍ରସାଦ ନାଏକ ଯୌତୁକ ପାଇଁ ଝିଅ କୁ ପେଟ୍ରୋଲ ଢାଳି ତାଙ୍କ ସମୁଦି ପବିତ୍ର ଲହଜଳ ହତ୍ୟା କରିବା ପାଇଁ ଷଢ଼ଯନ୍ତ୍ର କରିଥିଲେ ଓ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଛନ୍ତି ବୋଲି ଆମପାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ରେ ଆମପାଣି ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ଭବାନୀପାଟଣା ଡାକ୍ତରଖାନାରେ ପହଞ୍ଚି ପିଡିତା ଗୀତାଞ୍ଜଳି ଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଶଶୁର ପବିତ୍ର ଲହଜଳ ଓ ଶାଶୁ ଦିପାବଲି ଲହଜଳ କୁ ଗିରଫ କରିଥିଲେ।ତେବେ ଘଟଣା ରେ ପିଡିତା ଙ୍କ ସ୍ୱାମୀ ନିର୍ଦୋଷ ଥିବା ଜଣାପଡିଛି। ଘଟଣା ର ତଦନ୍ତ ପରେ ସୋମବାର ଆମପାଣି ପୋଲିସ ପକ୍ଷରୁ ବୋହୁ କୁ ନିଆଁ ରେ ପୋଡି ମାରିବା ଉଦ୍ୟମ କରିଥିବା ଅଭିଯୋଗରେ ପିଡିତା ବୋହୁ ଗୀତାଞ୍ଜଳି ର ଶଶୁର ଓ ଶାଶୁ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ସୂଚନା ଦେଇଛନ୍ତି।